
ଭୁବନେଶ୍ୱର,୧୨ ମଇ (ହି.ସ)- ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସର ଏକ ପୋଷ୍ଟ ରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଡ. ହିମନ୍ତ ବିଶ୍ୱଶର୍ମାଜୀଙ୍କୁ ଅନେକ ଅଭିନନ୍ଦନ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣରେ ଉତର-ପୂର୍ବ ଭାରତର ପରିବର୍ତନଶୀଳ ସମ୍ଭାବନାକୁ ନୂତନ ଗୁରୁତ୍ୱ ଦିଆଯାଇଥିବାବେଳେ, ଆସାମ ଉନ୍ନତି, ସଂଯୋଗ ଏବଂ ସୁଯୋଗର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭ୍ୟୁଦୟ ହେଉଛି। ଡା. ହିମନ୍ତ ବିଶ୍ୱ ଶର୍ମା ଜୀଙ୍କ ନେତୃତ୍ୱ, ପ୍ରଶାସନିକ ପ୍ରତିବଦ୍ଧତା ଏବଂ ଜନସାଧାରଣଙ୍କ ସହ ଗଭୀର ସମ୍ପର୍କ ଏହି ପ୍ରଗତିର ଯାତ୍ରାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି।
ମୁଁ ନିଶ୍ଚିତ ଯେ, ଆସନ୍ତା ବର୍ଷଗୁଡ଼ିକରେ ଆସାମ ସମୃଦ୍ଧି ଓ ଉନ୍ନତିର ନୂତନ ଶିଖର ସ୍ପର୍ଶ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା