ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ, 85.20 ପ୍ରତିଶତ ପରୀକ୍ଷାର୍ଥୀ ପାସ୍, ପୁଣି ବାଜି ମାରିଲେ ଛାତ୍ରୀ
ନୂଆଦିଲ୍ଲୀ, 13 ମଇ (ହି.ସ.)। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୁଧବାର 12ମ ଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ 85.20 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ 3.19 ପ୍ରତିଶତ କମ୍। ପରୀକ
ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ, 85.20 ପ୍ରତିଶତ ପରୀକ୍ଷାର୍ଥୀ ପାସ୍, ପୁଣି ବାଜି     ମାରିଲେ ଛାତ୍ରୀ


ନୂଆଦିଲ୍ଲୀ, 13 ମଇ (ହି.ସ.)। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)

ବୁଧବାର 12ମ ଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ 85.20 ପ୍ରତିଶତ

ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ 3.19 ପ୍ରତିଶତ

କମ୍। ପରୀକ୍ଷା ଫଳାଫଳରେ ଝିଅମାନଙ୍କର ପ୍ରଦର୍ଶନ ପୁଅମାନଙ୍କଠାରୁ ଭଲ ରହିଛି।

ବୋର୍ଡ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ଏହି ବର୍ଷ 17,80,365 ଜଣ

ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ, ସେଥି ମଧ୍ୟରୁ 17,68,818 ଜଣ ପରୀକ୍ଷାରେ

ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ 15,07,109 ଜଣ ସଫଳ ଘୋଷିତ ହୋଇଛନ୍ତି। ପାସ୍ ପ୍ରତିଶତରେ

3.19 ପ୍ରତିଶତ ହ୍ରାସ ଘଟିଛି, ଯାହା 2025ର 88.39 ପ୍ରତିଶତରୁ କମି

2026ରେ 85.20 ପ୍ରତିଶତ ହୋଇଛି।

ସିବିଏସଇ ଅନୁସାରେ, ଝିଅମାନଙ୍କର ପାସ୍ ପ୍ରତିଶତ 88.86

ରହିଥିବାବେଳେ, ପୁଅମାନଙ୍କର ପାସ୍ ପ୍ରତିଶତ 82.13 ରେକର୍ଡ କରାଯାଇଛି। ଏହିପରି

ଝିଅମାନେ ପୁଅମାନଙ୍କଠାରୁ 6.73 ପ୍ରତିଶତ ଭଲ ପ୍ରଦର୍ଶନ କରିଛନ୍ତି।

କ୍ଷେତ୍ରଭିତ୍ତିକ ପ୍ରଦର୍ଶନରେ ତିରୁବନନ୍ତପୁରମ୍ କ୍ଷେତ୍ର ସର୍ବାଗ୍ରେ ରହିଛି,

ଯେଉଁଠାରେ

95.62 ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ଏହାପରେ ଚେନ୍ନାଇ,

ବେଙ୍ଗାଲୁରୁ

ଏବଂ ବିଜୟୱାଡା କ୍ଷେତ୍ରର ସ୍ଥାନ ରହିଛି। ଦିଲ୍ଲୀ ପଶ୍ଚିମ କ୍ଷେତ୍ରର ଫଳାଫଳ 92.34 ପ୍ରତିଶତ

ଏବଂ ଦିଲ୍ଲୀ ପୂର୍ବ କ୍ଷେତ୍ରର ଫଳାଫଳ 91.73 ପ୍ରତିଶତ ରହିଛି। ସମଗ୍ର ଦିଲ୍ଲୀ କ୍ଷେତ୍ରର ପାସ୍

ପ୍ରତିଶତ 91.97 ପ୍ରତିଶତ ରହିଥିବାବେଳେ, ପ୍ରୟାଗରାଜରେ ସବୁଠାରୁ କମ୍ 72.43

ପ୍ରତିଶତ ପାସ୍ ହାର ରେକର୍ଡ ହୋଇଛି।

ବିଦେଶସ୍ଥିତ ସିବିଏସଇ ବିଦ୍ୟାଳୟଗୁଡ଼ିକର ଫଳାଫଳ 90.50 ପ୍ରତିଶତ ରହିଛି। ଏହାସହ

ଦିବ୍ୟାଙ୍ଗ (ସିଡବ୍ଲ୍ୟୁଏସଏନ୍) ଛାତ୍ରଛାତ୍ରୀଙ୍କର ପାସ୍ ପ୍ରତିଶତ 90.16 ରେକର୍ଡ କରାଯାଇଛି।

ବୋର୍ଡ ଜଣାଇଛି ଯେ, ଏହି ବର୍ଷ 1,63,800 ଜଣ ଛାତ୍ରଛାତ୍ରୀଙ୍କୁ

କମ୍ପାର୍ଟମେଣ୍ଟ ଶ୍ରେଣୀରେ ରଖାଯାଇଛି, ଯାହା ମୋଟ ପରୀକ୍ଷାର୍ଥୀଙ୍କର 9.26

ପ୍ରତିଶତ। ଏହାଛଡ଼ା, 90 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର

ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 94,028 ରହିଥିବାବେଳେ,

95

ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବା 17,113 ଜଣ ଛାତ୍ରଛାତ୍ରୀ

ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande