
ନୂଆଦିଲ୍ଲୀ, ୧୩ ମଇ(ହି.ସ)-କେନ୍ଦ୍ର ସରକାର ଦେଶରେ ବଡ଼ ବିଲେଇ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଇଣ୍ଟରନ୍ୟାସନାଲ ବିଗ କ୍ୟାଟ ଅଲାୟନ୍ସ ଉଦ୍ଦେଶ୍ୟକୁ ଆଲୋକପାତ କରିବା ପାଇଁ ପାଞ୍ଚଟି ବିଷୟବସ୍ତୁ-ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରିବେ।ଏହି କାର୍ଯ୍ୟକ୍ରମଗୁଡ଼ିକ ବାଘ, ଏସିଆଟିକ୍ ସିଂହ, ଚିତାବାଘ, ହିମ ଚିତାବାଘ ଏବଂ ଚିତା ସଂରକ୍ଷଣ ସହିତ ଜଡିତ ପ୍ରୟାସ, ସଫଳତା ଏବଂ ଚ୍ୟାଲେଞ୍ଜଗୁଡ଼ିକୁ ପ୍ରଦର୍ଶିତ କରିବ।କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବୁଧବାର ଘୋଷଣା କରିଛି ଯେ ଇଣ୍ଟରନ୍ୟାସନାଲ ବିଗ କ୍ୟାଟ ଅଲାୟନ୍ସ ଶିଖର ସମ୍ମିଳନୀ ୨୦୨୬ ପୂର୍ବରୁ ଏହି ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମଗୁଡ଼ିକ ଗିର୍ (ଗୁଜରାଟ), ଭୋପାଳ (ମଧ୍ୟପ୍ରଦେଶ), ଭୁବନେଶ୍ୱର (ଓଡିଶା), ଗ୍ୟାଙ୍ଗଟକ୍ (ସିକିମ୍) ଏବଂ ଚନ୍ଦ୍ରପୁର (ମହାରାଷ୍ଟ୍ର)ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଗିର୍ ରେ ଏସିଆଟିକ୍ ସିଂହ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ,ଯେଉଁଠାରେ 'ପ୍ରୋଜେକ୍ଟ ଲାୟନ୍', ବୈଜ୍ଞାନିକ ମନିଟରିଂ ସିଷ୍ଟମ, ବାସସ୍ଥାନ ଉନ୍ନତି ଏବଂ ମାଲଧାରୀ ସମ୍ପ୍ରଦାୟର ଭୂମିକା ଉପରେ ଧ୍ୟାନ ଦିଆଯିବ। ଚନ୍ଦ୍ରପୁରରେ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମ ସମୟରେ, 'ପ୍ରୋଜେକ୍ଟ ଟାଇଗର' ,ବନ୍ୟପ୍ରାଣୀ କରିଡରର ସୁରକ୍ଷା,କୁତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ସିଷ୍ଟମ ଏବଂ ମଣିଷ-ବାଘ ସଂଘର୍ଷ ହ୍ରାସ ପାଇଁ ପ୍ରୟାସ ପ୍ରଦର୍ଶିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା