
ନୂଆଦିଲ୍ଲୀ, ୧୩ ମଇ (ହି.ସ.)। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ
ଟଙ୍କାକୁ ସମର୍ଥନ ଦେବା ପାଇଁ ସରକାର ସୁନା ଏବଂ ରୂପା ଉପରେ ଆମଦାନି ଶୁଳ୍କକୁ ବୃଦ୍ଧି କରି ୧୫
ପ୍ରତିଶତ କରିଛନ୍ତି। ଏହି ନୂତନ ହାର ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି।
ଅର୍ଥ ମନ୍ତ୍ରାଳୟ ଏହା
ସମ୍ପର୍କରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଧିସୂଚନା ଜାରି କରିଛି। ଏହା ଅନୁସାରେ, ସରକାର ସୁନା ଏବଂ ରୂପା ଆମଦାନି ଉପରେ ୧୦
ପ୍ରତିଶତ ମୂଳ ସୀମା ଶୁଳ୍କ ଏବଂ ୫ ପ୍ରତିଶତ କୃଷି ଅବସଂରଚନା ଓ ବିକାଶ ସେସ୍ ଲାଗୁ କରିଛନ୍ତି।
ଏହା ଫଳରେ ପ୍ରଭାବୀ ଆମଦାନି କର ୬ ପ୍ରତିଶତରୁ ବଢ଼ି ୧୫ ପ୍ରତିଶତକୁ ପହଞ୍ଚିଛି। ଏହି ହାର ୧୩
ମଇଠାରୁ ଲାଗୁ ହୋଇଛି।
ଅର୍ଥ ମନ୍ତ୍ରାଳୟର
ଅଧିସୂଚନା 16/2026 ଅନୁଯାୟୀ, ସୀମା
ଶୁଳ୍କ ମାଧ୍ୟମରେ ମୂଲ୍ୟବାନ ଧାତୁ ଏବଂ ସେଥିରୁ ତିଆରି ସାମଗ୍ରୀ ଉପରେ ଶୁଳ୍କ ହାରକୁ ଅଦ୍ୟତନ
କରାଯାଇଛି। ଅଧିସୂଚନା ଅନୁସାରେ, ସୁନା ଏବଂ ରୂପାରୁ ତିଆରି ସାମଗ୍ରୀ
ଉପରେ ୫ ପ୍ରତିଶତ ଶୁଳ୍କ ଲାଗିବ, ଯେତେବେଳେ ପ୍ଲାଟିନମ୍ରୁ ତିଆରି
ସାମଗ୍ରୀ ଉପରେ ଏହି ହାର ୫.୪ ପ୍ରତିଶତ ରହିବ।
ଏହା ବ୍ୟତୀତ, ମୂଲ୍ୟବାନ ଧାତୁରୁ ତିଆରି ବ୍ୟବହୃତ କ୍ୟାଟାଲିଷ୍ଟ
ଉପରେ ୪.୩୫ ପ୍ରତିଶତ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି, ଯଦି ସମ୍ପର୍କିତ
ଅନୁପାଳନ ମାନଦଣ୍ଡ ପୂରଣ କରାଯାଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା