ଡକ୍ଟର ମୋହନ ଭାଗବତ ଆଜି ଆସାମରେ ପହଂଚିବେ
ଗୌହାଟୀ, 13 ମେ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଆଜି ଆସାମରେ ପହଂଚିବେ । ଡକ୍ଟର ମୋହନ ଭାଗବତ ବୁଧବାର ସନ୍ଧ୍ୟାରେ ଗୌହାଟୀର ବୋରଝାରସ୍ଥିତ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ହୋଜାଇ ପାଇଁ ପ୍ରସ୍ଥାନ କରିବେ
ଡକ୍ଟର ମୋହନ ଭାଗବତ ଆଜି ଆସାମରେ ପହଂଚିବେ


ଗୌହାଟୀ, 13 ମେ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଆଜି ଆସାମରେ ପହଂଚିବେ । ଡକ୍ଟର ମୋହନ ଭାଗବତ ବୁଧବାର ସନ୍ଧ୍ୟାରେ ଗୌହାଟୀର ବୋରଝାରସ୍ଥିତ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ହୋଜାଇ ପାଇଁ ପ୍ରସ୍ଥାନ କରିବେ । ଆଜି ଏହି ସୂଚନା ଆରଏସଏସର ଉତର ଆସାମ ପ୍ରଦେଶର ପ୍ରଚାର ମୁଖ୍ୟ କିଶୋର ଶିବମ ଦେଇଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ୟାଥ ବିକାଶ ବର୍ଗ-୧ (ଦ୍ୱିତୀୟ ବର୍ଷ) ତାଲିମ ଶିବିର ମେ ୧୧ ରୁ ଜୁନ୍ ୧ ପର୍ଯ୍ୟନ୍ତ ହୋଜାଇର ସଂସ୍କାର ମନ୍ଦିର ପ୍ରୋଜେକ୍ଟ କ୍ୟାମ୍ପସରେ ଆରମ୍ଭ ହୋଇଛି । ଡକ୍ଟର ମୋହନ ଭାଗବତ ୧୪, ୧୫ ଏବଂ ୧୬ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ୟାୁ ବିକାଶ ବର୍ଗ-୧ ତାଲିମ ଶିବିରରେ ତିନି ଦିନ ପାଇଁ ଉପସ୍ଥିତ ରହିବେ ଏବଂ ୧୭ ମଇ ସକାଳେ ଗୌହାଟି ଫେରିବେ ।

ଏହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତାଲିମ ଶିବିରରେ ସରସଂଘଚାଳକଙ୍କ ନିୟମିତ ରହଣିର ଏକ ବିଶେଷ ଅଂଶ । କିଶୋର ଶିବମ୍ କହିଛନ୍ତି ଯେ ହୋଜାଇରେ ତାଙ୍କର ତାଲିମ ସମାପ୍ତ କରିବା ପରେ, ଡକ୍ଟର ମୋହନ ଭାଗବତ ଗୌହାଟିର ବରବାରୀସ୍ଥିତ ସୁଦର୍ଶନାଳୟରେ ଏକ ସଂକ୍ଷିପ୍ତ ରହଣି ପରେ ମେ ୧୭ ରେ ନାଗପୁର ଅଭିମୁଖେ ଯାତ୍ରା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande