
ନୂଆଦିଲ୍ଲୀ, ୧୩ ମଇ (ହିସ)- ଡାକ୍ତରୀ ପ୍ରବେଶ ପାଇଁ ନିଟ୍ ୟୁଜି୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲା ସୁପ୍ରିମକୋର୍ଟରେ ପହଂଚିିଛି। ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ସ (ଏଫଏଆଇଏମଏ) ନିଟ୍ ୨୦୨୬ ପରିଚାଳନାରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ବ୍ୟବସ୍ଥିତ ବିଫଳତାକୁ ଚ୍ୟାଲେଞ୍ଜ କରିଛି। ଏଫଏଆଇଏମଏ ଦାବି କରିଛି ଯେ ଏହି ମାମଲାକୁ ସୁପ୍ରିମକୋର୍ଟ ଦ୍ୱାରା ତଦାରଖ କରାଯାଉ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ। ଆବେଦନରେ ନିଟ୍ ୨୦୨୬ ପୁନଃ ପରିଚାଳନାର ସମ୍ପୂର୍ଣ୍ଣ ପ୍ରକ୍ରିୟା ତଦାରଖ କରିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି। ଆବେଦନରେ ଏହା ମଧ୍ୟ ଦାବି କରାଯାଇଛି ନିଟ୍ ୨୦୨୬ ପୁନଃପରୀକ୍ଷା ଏହି ନ୍ୟାୟିକ କମିଟିର ତତ୍ୱାବଧାନରେ କରାଯିବା ଆବଶ୍ୟକ ଯେପର୍ଯ୍ୟନ୍ତ ଏକ ନୂତନ, ସ୍ୱାଧୀନ ପରୀକ୍ଷା ସଂସ୍ଥା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା ନହୋଇଛି ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ