
ଲକ୍ଷ୍ଣୌ, ୧୩ ମଇ (ହି.ସ.) : ଅଖିଳେଶ ଯାଦବଙ୍କ ଛୋଟ ଭାଇ ପ୍ରତୀକ ଯାଦବଙ୍କର ବୁଧବାର ଲକ୍ଷ୍ଣୌରେ ଦେହାନ୍ତ ଘଟିଛି। ମୃତ୍ୟୁବେଳେ ତାଙ୍କ ବୟସ ମାତ୍ର ୩୮ ବର୍ଷ ଥିଲା। ସୂତ୍ର ଅନୁସାରେ ସେ କିଛିଦିନ ଧରି ଅସୁସ୍ଥ ଥିଲେ।
ସିଭିଲ ହସ୍ପିଟାଲର ଚିକିତ୍ସକମାନଙ୍କ କହିବା ଅନୁଯାୟୀ, ପ୍ରତୀକ ଯାଦବଙ୍କୁ ପ୍ରଭାତ ୬ଟା ସମୟରେ ହସ୍ପିଟାଲକୁ ଆଣାଯାଇଥିଲା। କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରତୀକ ନିଜ ଫିଟନେସ୍ ପ୍ରତି ବହୁତ ସଚେତନ ଥିଲେ।
ସେ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ଥିଲେ। ତାଙ୍କ ପତ୍ନୀ ଅପର୍ଣା ଯାଦବ ଭାରତୀୟ ଜନତା ପାର୍ଟିର ନେତ୍ରୀ ହେବା ସହିତ ସହିତ ଉତ୍ତର ପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷା ଭାବେ କାର୍ଯ୍ୟରତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ