
କୋଲକାତା, ୧୩ ମଇ (ହି.ସ.)। ମୋହନ ବାଗାନ ସୁପର ଜେଂଟ କ୍ଲବର
ବିଶିଷ୍ଟ ପ୍ରଶାସକ ଏବଂ ପୂର୍ବତନ ଅଧ୍ୟକ୍ଷ ସ୍ୱପନ ସାଧନ ବୋଷ ଅର୍ଥାତ୍ ଟୁଟୁ ବୋଷଙ୍କର
ମଙ୍ଗଳବାର ବିଳମ୍ବିତରାତିରେ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା
ବୋଷ ଦକ୍ଷିଣ କୋଲକାତାର ଏକ ବେସରକାରି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୋମବାର
ସନ୍ଧ୍ୟାରେ ହୃଦ୍ରୋଗ ଆକ୍ରମଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ
ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ତାଙ୍କ ଦେହାନ୍ତରେ ଫୁଟବଲ୍
ଜଗତ ଏବଂ ବିଶେଷକରି କୋଲକାତାର ମୈଦାନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟର
କ୍ରୀଡ଼ାମନ୍ତ୍ରୀ ନୀତୀଶ ପାରମାଣିକ ଏବଂ ଅଲି ଇଣ୍ଡିଆ ଫୁଟବଲ୍ ଫେଡେରେସନର ଅଧ୍ୟକ୍ଷ କଲ୍ୟାଣ
ଚୌବେ ମଙ୍ଗଳବାର ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ବୁଝିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା