
ନୂଆଦିଲ୍ଲୀ, 13 ମଇ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭୂପୃଷ୍ଠ କୋଇଲା/ଲିଗ୍ନାଇଟ୍ ବାଷ୍ପୀକରଣ ପ୍ରକଳ୍ପର ପ୍ରୋତ୍ସାହନ ଲାଗି ଏକ ଯୋଜନାକୁ ମଞ୍ଜୁର କରାଯାଇଛି । ଏଥିପାଇଁ ୩୭,୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନା ଭାରତର କୋଇଲା/ଲିଗ୍ନାଇଟ୍ ବାଷ୍ପୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ (ଏମଟି) କୋଇଲା ବାଷ୍ପୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦେଶର ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଏଲଏନଜି, ୟୁରିଆ, ଆମୋନିଆ ଏବଂ ମିଥାନଲ ଭଳି ପ୍ରମୁଖ ଉତ୍ପାଦ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ । ବର୍ତ୍ତମାନ ଭାରତ ୫୦% ଏଲଏନଜି, ୨୦% ୟୁରିଆ, ୧୦୦% ଆମୋନିଆ ଏବଂ ୮୦ରୁ ୯୦% ମିଥାନଲ ଆମଦାନୀ କରୁଛି।
ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସ୍ୱରୂପ, ସରକାର ଅଣ ନିୟନ୍ତ୍ରିତ କ୍ଷେତ୍ର (ଏନଆରଏସ) ଲିଙ୍କେଜ୍ ଫ୍ରେମୱାର୍କ ଅନ୍ତର୍ଗତ ‘କୋଇଲା ବାଷ୍ପୀକରଣ ଦିଗରେ ନେଇ ଯାଉଥିବା ସିନଗ୍ୟାସ ଉତ୍ପାଦନ’ ଉପକ୍ଷେତ୍ରରେ କୋଇଲା ଲିଙ୍କେଜ୍ ଅବଧିକୁ ବଢ଼ାଇ ୩୦ ବର୍ଷ କରି ଦେଇଛନ୍ତି । ଏହାଦ୍ୱାରା କୋଇଲା ବାଷ୍ପୀକରଣ ପ୍ରକଳ୍ପଗୁଡ଼ିକରେ ନିବେଶ ଲାଗି ଦୀର୍ଘକାଳୀନ ନୀତିଗତ ନିଶ୍ଚିତତା ମିଳିପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ