
କହିଲେ ସେଠାକାର ଲୋକମାନେ ତାଙ୍କୁ କେବେ ବି ମିସ୍ କରିବେ ନାହିଁ
କୋଲକାତା, ୧୩ ମଇ(ହି.ସ.) – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ଘୋଷଣା କରିଛନ୍ତି ଯେ ସେ ନନ୍ଦିଗ୍ରାମ ବିଧାନସଭା ଆସନରୁ ଇସ୍ତଫା ଦେବେ ଏବଂ ଭବାନୀପୁର ଆସନରୁ ବିଧାୟକ ରହିବେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଉଭୟ ଭବାନୀପୁର ଏବଂ ନନ୍ଦିଗ୍ରାମ ଆସନରେ ବିଜୟୀ ହୋଇଥିଲେ। ବୁଧବାର ଦିନ ସେ ଭବାନୀପୁରରୁ ବିଧାୟକ ଭାବରେ ବିଧାନସଭାରେ ଶପଥ ଗ୍ରହଣ କରିଥିଲେ।
ବିଧାନସଭା ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ନନ୍ଦିଗ୍ରାମ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେଠାରୁ ଅନ୍ୟ ଜଣେ ପ୍ରତିନିଧି ବିଧାୟକ ନିର୍ବାଚିତ ହେବେ। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ପାଂଚ ବର୍ଷ ପର୍ଯ୍ୟନ୍ତ ନନ୍ଦିଗ୍ରାମର ଲୋକଙ୍କୁ ତାଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦିଆଯିବ ନାହିଁ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ନନ୍ଦିଗ୍ରାମର ବିକାଶ ପାଇଁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ରାଜ୍ୟର ଅନ୍ୟ ଅଂଚଳ ପରି ପୂରଣ ହେବ। ୨୦୦୯ରୁ ୨୦୧୬ ମଧ୍ୟରେ ନନ୍ଦିଗ୍ରାମରୁ ଟିଏମ୍ସି ବିଧାୟକ ଥିବା ଫିରୋଜା ବିବିଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ସେ ନିଜେ ସେହି ସମୟରେ ବିଧାୟକ ନଥିଲେ କିନ୍ତୁ ଅଂଚଳର ବିକାଶରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସେ କହିଥିଲେ ଯେ ଏଥର ମଧ୍ୟ ସେ ନନ୍ଦୀଗ୍ରାମ ପାଇଁ ସମାନ ଢଙ୍ଗରେ କାର୍ଯ୍ୟ ଜାରି ରଖିବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି