ଫାଜିଲ୍କା ସୀମାରେ ପାକିସ୍ତାନୀ ଡ୍ରୋନ ଠାବ, ହେରୋଇନ୍ ଚୋରାଚାଲାଣ ସନ୍ଦେହ
ଚଣ୍ଡୀଗଡ, ୧୪ ମଇ(ହି.ସ.) – ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ମାଧ୍ୟମରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମାମଲା ରିପୋର୍ଟ କରାଯାଉଛି। ସୁରକ୍ଷା ଏଜେନ୍ସିମାନେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ସୀମା ପାର ଡ୍ରୋନ କାର୍ଯ୍ୟକଳାପ ବନ୍ଦ ହେବାର ନାମ ନେଉନାହିଁ। ବୁଧବାର
ଫାଜିଲ୍କା ସୀମାରେ ପାକିସ୍ତାନୀ ଡ୍ରୋନ ଠାବ, ହେରୋଇନ୍ ଚୋରାଚାଲାଣ ସନ୍ଦେହ


ଚଣ୍ଡୀଗଡ, ୧୪ ମଇ(ହି.ସ.) – ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ମାଧ୍ୟମରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମାମଲା ରିପୋର୍ଟ କରାଯାଉଛି। ସୁରକ୍ଷା ଏଜେନ୍ସିମାନେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ସୀମା ପାର ଡ୍ରୋନ କାର୍ଯ୍ୟକଳାପ ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ବିଳମ୍ବିତ ରାତିରେ ଭାରତ-ପାକିସ୍ତାନ ସୀମାବର୍ତୀ ଫାଜିଲ୍କା ଅଂଚଳରେ ଏକ ପାକିସ୍ତାନୀ ଡ୍ରୋନ୍ ଉଦ୍ଧାର କରାଯାଇଥିଲା।

ପୋଲିସର କହିବା ଅନୁଯାୟୀ, ଚକ୍ ବାଜିଦା ଗାଁର କ୍ଷେତରେ ଡ୍ରୋନ୍ ପଡ଼ିଥିବାର ସୂଚନା ପାଇବା ପରେ ବିଏସ୍ଏଫ୍ ଏବଂ ପଞ୍ଜାବ ପୋଲିସ୍ ତୁରନ୍ତ ସେହି ଅଂଚଳକୁ ସିଲ୍ କରି ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ, କ୍ଷେତରୁ ଏକ ଡ୍ରୋନ୍ ଉଦ୍ଧାର କରାଯାଇଥିଲା। ଏ ନେଇ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘୁବାୟା ପୋଲିସ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଗୁରୁନାମ ସିଂ କହିଛନ୍ତି ଯେ ବି.ଏସ୍.ଏଫ୍.ରୁ ସୂଚନା ପାଇବା ପରେ ଏକ ପୋଲିସ ଦଳ ସେଠାରେ ପହଂଚିଥିଲା ଏବଂ ସମଗ୍ର ଅଂଚଳକୁ କର୍ଡନ୍ କରାଯାଇଥିଲା। ଜଣେ କୃଷକଙ୍କ କ୍ଷେତରେ ଗହମ କାଣ୍ଡ ମଧ୍ୟରେ ଡ୍ରୋନ୍ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାକୁ ଜବତ କରାଯାଇଛି ଏବଂ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରେ, ପୋଲିସ ସନ୍ଦେହ କରୁଛି ଯେ ଡ୍ରୋନ୍ ସୀମା ଆରପଟୁ ହେରୋଇନ୍ ମାଲ ପକାଇ ଫେରି ଆସୁଥିଲା କିନ୍ତୁ ବ୍ୟାଟେରୀ ଫେଲ୍ କିମ୍ବା କିଛି ବୈଷୟିକ ତ୍ରୁଟି ହେତୁ କ୍ଷେତକୁ ଖସି ପଡ଼ିଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande