ଗୁଜୁରାଟର ରାଜକୋଟରେ ରାଜପଥରେ ବସରେ ନିଆଁ ଲାଗିବାରୁ ଚାରି ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ
ରାଜକୋଟ, ୧୪ ମଇ (ହି.ସ.) । ଗତକାଲି ବିଳମ୍ବିତ ରାତିରେ ଅହମ୍ମଦାବାଦରୁ ରାଜକୋଟ ଯାଉଥିବା ଏକ ଘରୋଇ ଟ୍ରାଭେଲ୍ ବସ୍ ଗୁଜରାଟର ଚୋଟିଲା-ରାଜକୋଟ ଜାତୀୟ ରାଜପଥରେ ସାଙ୍ଗାନି ଗ୍ରାମ ନିକଟରେ ଏକ ଆସଫାଲ୍ଟ ଭର୍ତ୍ତି ଟ୍ୟାଙ୍କର୍ ସହିତ ଧକ୍କା ହେବା କାରଣରୁ ଚାରି ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଓ
बचाव कार्य मे जुटी फायर विभाग की टीम


सड़क हादसे में शिकार लोगो को बचाने में जुटे स्थानीय


सड़क हादसे में 4 जिंदा जले


ରାଜକୋଟ, ୧୪ ମଇ (ହି.ସ.) । ଗତକାଲି ବିଳମ୍ବିତ ରାତିରେ ଅହମ୍ମଦାବାଦରୁ ରାଜକୋଟ ଯାଉଥିବା ଏକ ଘରୋଇ ଟ୍ରାଭେଲ୍ ବସ୍ ଗୁଜରାଟର ଚୋଟିଲା-ରାଜକୋଟ ଜାତୀୟ ରାଜପଥରେ ସାଙ୍ଗାନି ଗ୍ରାମ ନିକଟରେ ଏକ ଆସଫାଲ୍ଟ ଭର୍ତ୍ତି ଟ୍ୟାଙ୍କର୍ ସହିତ ଧକ୍କା ହେବା କାରଣରୁ ଚାରି ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଓ ଅନ୍ୟ 10 ଜଣ ପୋଡ଼ି ହୋଇ ଆହତ ହୋଇଛନ୍ତି। ୩୦ରୁ ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଶବଗୁଡ଼ିକର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ସେମାନଙ୍କର ଚିହ୍ନଟ କେବଳ ଡି. ଏନ୍. ଏ. ପରୀକ୍ଷା ଦ୍ୱାରା ସମ୍ଭବ। ଚୋଟିଲା ଏସ୍. ଡି. ଏମ୍. ଏଚ୍. ଟି. ମକୱାନା ଏହି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ପ୍ରାୟ 1ଟା 30 ମିନିଟରେ, ରାଜପଥରେ ଅସ୍ଫାଲ୍ଟ ଭର୍ତ୍ତି ଟ୍ୟାଙ୍କରର ଏକ ଟାୟାର ହଠାତ୍ ଫାଟି ଯାଇଥିଲା। ଟାୟାର ଫାଟିବା ପରେ ଟ୍ୟାଙ୍କରଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ଟ୍ରାଭେଲ ବସ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ବସରେ ସଟ ସର୍କିଟ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। କିଛି ଲୋକଙ୍କୁ ବାହାରକୁ ବାହାରିବାର ସୁଯୋଗ ମଧ୍ୟ ମିଳିନଥିଲା। ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ବସରୁ ଡେଇଁ ପଡ଼ିଥିଲେ। ତଳେ ବ୍ୟାପିଥିବା ଗରମ ଆସଫାଲ୍ଟ ଉପରେ ପଡ଼ିବା ପରେ କିଛି ଯାତ୍ରୀ ମଧ୍ୟ ଜଳି ଯାଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଲିମଡିର ବାସିନ୍ଦା ନରେନ୍ଦ୍ର ରାଠୋର। ତାଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ରାଜକୋଟ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ବିଧି ପାଟୋଡ଼ିଆ (18), ମେଣ୍ଡାର୍ଦା, ଜୁନାଗଡ଼ ନରେନ୍ଦ୍ର ରାଠୋର (50), ଲିମଡି, ସୁରେନ୍ଦ୍ରନଗର ଏବଂ ନାଗରାଜ ରାଣା (30), ତଲାଲା, ଗିର ସୋମନାଥ ମଧ୍ୟ ପୋଡ଼ି ହୋଇ ଆହତ ହୋଇଛନ୍ତି।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ପ୍ରତ୍ୟକ୍ଷଦର୍ଶୀ ଅଜୟ ମେୱାରା କହିଛନ୍ତି ଯେ ଦୁର୍ଘଟଣା ପରେ ବସରେ ନିଆଁ ଧୀରେ ଧୀରେ ବ୍ୟାପିବାକୁ ଲାଗିଲା। ନିକଟସ୍ଥ ପେଟ୍ରୋଲ ପମ୍ପରୁ ଅଗ୍ନି ସିଲିଣ୍ଡର୍ ଆଣି ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଇଥିଲା, କିନ୍ତୁ ଟ୍ୟାଙ୍କରରୁ ଗରମ ଆସଫାଲ୍ଟ ପ୍ରବାହିତ ହେତୁ ନିଆଁ ବଢିବାରେ ଲାଗି ଥିଲା । ସେ କହିଛନ୍ତି ଯେ ପ୍ରାୟ 20 ରୁ 25 ଜଣ ଯାତ୍ରୀ କାଚ ଭାଙ୍ଗି ବାହାରକୁ ବାହାର ହୋଇଥିବାବେଳେ ବସ୍ ଭିତରେ 4 ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande