
ନୂଆଦିଲ୍ଲୀ, ୧୪ ମଇ (ହିସ)- ନିର୍ବାଚନ କମିଶନ ଗୁରୁବାର ଦିନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ର ତୃତୀୟ ପର୍ଯ୍ୟାୟର ଅଂଶ ଭାବରେ ଅନ୍ୟ ରାଜ୍ୟଗୁଡ଼ିକ ସହିତ ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା ପରିଚାଳନା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଦିଲ୍ଲୀରେ ଆ,ଆଇଆର ପ୍ରକ୍ରିୟା ଜୁନ୍ ୨୦ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ପାଇଁ ଡ୍ରାଫ୍ଟ ତାଲିକା ଅଗଷ୍ଟ ୫ ରେ ପ୍ରକାଶିତ ହେବ ଏବଂ ଅକ୍ଟୋବର ୭ ରେ ଚୂଡ଼ାନ୍ତ ତାଲିକା। ଜୁନ୍ ୨୦ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀରେ ଏସଆଇଆର ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦିଆଯିବ। ଏହା ପରେ, ବିଏଲଓ ଜୁନ୍ ୩୦ ରୁ ଜୁଲାଇ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ଭୋଟରମାନଙ୍କର ଘର ଘର ଯାଂଚ କରିବେ। ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୫ ରେ ପ୍ରକାଶିତ ହେବ।
ଦିଲ୍ଲୀ ଭୋଟରମାନେ ଅଗଷ୍ଟ ୫ ରୁ ସେପ୍େଟମ୍ବର ୪ ମଧ୍ୟରେ ଯୋଗ/ସଂଶୋଧନ ପାଇଁ ସେମାନଙ୍କର ଆପତି କିମ୍ବା ଦାବି ଦାଖଲ କରିପାରିବେ। ଅଗଷ୍ଟ ୫ ରୁ ସେପ୍େଟମ୍ବର ୩ ପର୍ଯ୍ୟନ୍ତ ଆପତିଗୁଡ଼ିକର ସମାଧାନ କରାଯିବ। ସମସ୍ତ ଦାବି ସମାଧାନ ହେବା ପରେ ଅକ୍ଟୋବର ୭ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ଦିଲ୍ଲୀରେ ବର୍ତମାନ ମୋଟ ଭୋଟରଙ୍କ ସଂଖ୍ୟା ୧୪,୮୨୩,୨୩୪, ବିଏଲଓ ମାନେ ଘର ଘର ବୁଲି ତଥ୍ୟ ଯାଂଚ କରିବେ।
------------------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ