ଜମି ଜବରଦଖଲ ଏବଂ ଦାଦାବଟି ମାମଲାରେ ଇଡି ସମ୍ମୁଖରେ ହାଜର ହେଲେ କୋଲକାତା ପୋଲିସ ଡିସିପି
କୋଲକାତା, ୧୪ ମଇ(ହି.ସ.) – ପଶ୍ଚିମବଙ୍ଗରେ କୋଲକାତା ପୋଲିସର ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସ ଗୁରୁବାର ଦିନ ଜମି ଜବରଦଖଲ ଏବଂ ଦାଦାବଟି ସମ୍ବନ୍ଧୀୟ ଏକ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଥିଲେ। ଜଣେ ଇଡି ଅଧିକାରୀ ଏହି ବିକାଶକୁ ନିଶ୍ଚିତ କରିଛନ୍ତି। ଶାନ
ଜମି ଜବରଦଖଲ ଏବଂ ଦାଦାବଟି ମାମଲାରେ ଇଡି ସମ୍ମୁଖରେ ହାଜର ହେଲେ କୋଲକାତା ପୋଲିସ ଡିସିପି


କୋଲକାତା, ୧୪ ମଇ(ହି.ସ.) – ପଶ୍ଚିମବଙ୍ଗରେ କୋଲକାତା ପୋଲିସର ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସ ଗୁରୁବାର ଦିନ ଜମି ଜବରଦଖଲ ଏବଂ ଦାଦାବଟି ସମ୍ବନ୍ଧୀୟ ଏକ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଥିଲେ। ଜଣେ ଇଡି ଅଧିକାରୀ ଏହି ବିକାଶକୁ ନିଶ୍ଚିତ କରିଛନ୍ତି।

ଶାନ୍ତନୁ ସିହ୍ନା ବିଶ୍ୱାସ ପୂର୍ବରୁ କାଲିଘାଟ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ବୋଲି ବିବେଚନା କରାଯାଏ। ଇଡି ତାଙ୍କୁ ପୂର୍ବରୁ ମଧ୍ୟ ଅନେକ ଥର ଡକାଇଥିଲା, କିନ୍ତୁ ସେ ପଚରାଉଚରା ପାଇଁ ହାଜର ହୋଇନଥିଲେ।

ନିକଟରେ ନୂତନ ସମନ ଜାରି କରାଯିବା ସତ୍ୱେ ସେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଏଡ଼ାଇ ଯାଇଥିଲେ ବୋଲି ସୂଚନା ମିଳିଛି। ବୁଧବାର ପରେ ଇଡି ସୁରକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖି ତାଙ୍କ ଠିକଣା ବିଷୟରେ ସୂଚନା ମାଗିଥିଲା।

ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ବିଶ୍ୱାସଙ୍କୁ 'ଆଇଡି୧' ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସେଦିନ ମଧ୍ୟ ହାଜର ହୋଇନଥିଲେ।

ଏହା ପରେ ଇଡି ଏକ ଲୁକ୍ ଆଉଟ୍ ସର୍କୁଲାର ଜାରି କରି ଆଶଙ୍କା ପ୍ରକାଶ କରିଥିଲା ଯେ ସେ ଦେଶ ଛାଡ଼ି ଚାଲିଯାଇପାରନ୍ତି। ଏହି ସର୍କୁଲାର ବିମାନ ବନ୍ଦର ଏବଂ ସୀମା ସୁରକ୍ଷା ବାହିନୀ ପୋଷ୍ଟକୁ ପଠାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ଗୋଲପାର୍କ ଅଂଚଳର ବ୍ୟବସାୟୀଙ୍କ ସହ ଜଡିତ ଜମି ଜବରଦଖଲ, ଦାଦାବଟି ଏବଂ ଅନ୍ୟାନ୍ୟ ମାମଲାର ତଦନ୍ତ ସମୟରେ ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ନାମ ସାମ୍ନାକୁ ଆସିଥିଲା।

ଆର୍ôଥକ ଅନିୟମିତତା ମାମଲାରେ ବେହାଲା ବ୍ୟବସାୟୀ ଜୟ କାମଦାରଙ୍କୁ ଗିରଫ କରାଯିବା ପରେ ମଧ୍ୟ ଇଡି ବିଶ୍ୱାସଙ୍କ ବିରୋଧରେ କିଛି ଅତିରିକ୍ତ ସୂଚନା ପାଇଛି। ଏଜେନ୍ସି ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରିବାକୁ ଚେଷ୍ଟା କରୁଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande