
ନୂଆଦିଲ୍ଲୀ, ୧୫ ମଇ (ହି.ସ) ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଶୁକ୍ରବାର ଦିନ ଦିଲ୍ଲୀରେ ବ୍ରିକ୍ସ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଅବସରରେ ବ୍ୟାପକ ଆଲୋଚନା କରିଛନ୍ତି।
'ଏକ୍ସ ରେ ଡକ୍ଟର ଜୟଶଙ୍କର କହିଛନ୍ତି, ଆଜି ସକାଳେ ଦିଲ୍ଲୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚିଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଦିଲ୍ଲୀର ଭାରତ ମଣ୍ଡପମରେ ମେ ୧୪-୧୫ରୁ ଆୟୋଜିତ ହେଉଥିବା ବ୍ରିକ୍ସ୍ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତର ବିକାଶ ପାଇଁ ନିର୍ମାଣ'।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା