ଜୁନ ୨୧ରେ ପୁଣି ଥରେ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ, ,୧୫ ମଇ (ହି.ସ.) କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍. ଟି. ଏ.) ନିଟ୍. (ୟୁ. ଜି.) ଜୁନ ୨୧ ୨୦୨୬6ର ପୁନଃପରୀକ୍ଷା କରିବାକୁ ଘୋଷଣା କରିଛି। କେବଳ ଏନ୍. ଟି. ଏ. ର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ସୂଚନା ଉପରେ ବିଶ୍ୱାସ କରିବାକୁ ଏଜେନ୍ସି ସୋସିଆଲ ମିଡ
neet


ନୂଆଦିଲ୍ଲୀ, ,୧୫ ମଇ (ହି.ସ.) କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍. ଟି. ଏ.) ନିଟ୍. (ୟୁ. ଜି.) ଜୁନ ୨୧ ୨୦୨୬6ର ପୁନଃପରୀକ୍ଷା କରିବାକୁ ଘୋଷଣା କରିଛି।

କେବଳ ଏନ୍. ଟି. ଏ. ର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ସୂଚନା ଉପରେ ବିଶ୍ୱାସ କରିବାକୁ ଏଜେନ୍ସି ସୋସିଆଲ ମିଡିଆରେ ପରୀକ୍ଷାର୍ଥୀ ଏବଂ ପିତାମାତାଙ୍କୁ ନିବେଦନ କରିଛି। ଏଜେନ୍ସି କୌଣସି ସୂଚନା କିମ୍ବା ସହାୟତା ପାଇଁ ନିଟ୍ ୟୁଜି ଇ-ମେଲ ଏବଂ ହେଲ୍ପଲାଇନ୍ ନମ୍ବର 011-40759000 ଏବଂ 011-69227700 ଜାରି କରିଛି।

ଇତି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ନିଟ୍ ପରୀକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସଚିବ (ଉଚ୍ଚ ଶିକ୍ଷା), ସଚିବ (ବିଦ୍ୟାଳୟ ଶିକ୍ଷା), ଡିଜି, ଏନଟିଏ, ଚେୟାରମ୍ୟାନ୍, ସିବିଏସ୍ଇ, କମିଶନର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆଗାମୀ ପରୀକ୍ଷାର ତାରିଖ ଚୂଡ଼ାନ୍ତ କରାଯାଇଥିଲା।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande