
ନୂଆଦିଲ୍ଲୀ, ୧୫ ମଇ (ହି.ସ)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁ. ଏଇ), ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ପାଞ୍ଚଟି ଦେଶ ଗସ୍ତରେ ପ୍ରସ୍ଥାନ କରିଛନ୍ତି
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି 5ଟି ଦେଶ ଗସ୍ତରେ ବାହାରିଛନ୍ତି। ଏଗୁଡ଼ିକ ମଧ୍ୟରେ ୟୁ. ଏଇ, ନେଦରଲାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଅନ୍ତର୍ଭୁକ୍ତ। ତାଙ୍କର ପ୍ରଥମ ଷ୍ଟପ୍ ୟୁ. ଏଇହେବ, ଯେଉଁଠାରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହ୍ୟାନଙ୍କୁ ଭେଟିବେ। ଆଗାମୀ ଛଅ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନେକ ବିଶ୍ୱସ୍ତରୀୟ ନେତାଙ୍କ ସହ ଭାବ ବିନିମୟ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବୈଶ୍ୱିକ ଭାଗିଦାରୀକୁ ସୁଦୃଢ଼ କରିବା ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା