ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଇସ୍ତଫା, ଭବାନୀପୁର ଆସନ ରଖିଲେ
କୋଲକାତା, ୧୫ ମଇ(ହି.ସ.) – ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ନନ୍ଦିଗ୍ରାମ ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭା ବାଚସ୍ପତି ରଥୀନ୍ଦ୍ର ୍ଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏବେ ଭବାନୀପୁର ବିଧାନସଭା ଆସନରୁ ବିଧାୟକ ଭାବେ କାର
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଇସ୍ତଫା, ଭବାନୀପୁର ଆସନ ରଖିଲେ


କୋଲକାତା, ୧୫ ମଇ(ହି.ସ.) – ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ନନ୍ଦିଗ୍ରାମ ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭା ବାଚସ୍ପତି ରଥୀନ୍ଦ୍ର ୍ଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏବେ ଭବାନୀପୁର ବିଧାନସଭା ଆସନରୁ ବିଧାୟକ ଭାବେ କାର୍ଯ୍ୟ ଜାରି ରଖିବେ।

ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତନ୍ତି, ତେବେ ଫଳାଫଳ ଘୋଷଣା ହେବାର ୧୪ ଦିନ ମଧ୍ୟରେ ତାଙ୍କୁ ଗୋଟିଏ ଆସନ ଖାଲି କରିବାକୁ ପଡିବ। ଏହି ନିୟମ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଖାଲି କରିବାକୁ ନିଷ୍ପତି ନେଇଥିଲେ।

ଶୁଭେନ୍ଦୁ ଅଧିକାରୀ ବୁଧବାର ବିଧାନସଭାରେ ଶପଥ ଗ୍ରହଣ ସମାରୋହରେ ଭବାନୀପୁର ଆସନରୁ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ। ସେହି ସମୟରେ ସେ କହିଥିଲେ ଯେ ସେ ଦୁଇଟି ଆସନରୁ ବିଧାୟକ ଭାବେ ଶପଥ ନେଇପାରିବେ ନାହିଁ ଏବଂ ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ନନ୍ଦିଗ୍ରାମର ଲୋକଙ୍କୁ ଏହା ଅନୁଭବ କରିବାକୁ ଦିଆଯିବ ନାହିଁ ଯେ ସେମାନଙ୍କ ବିଧାୟକ ଆଉ ଶୁଭେନ୍ଦୁ ଅଧିକାରୀ ନୁହଁନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande