

ଚଣ୍ଡୀଗଡ଼, ୧୬ ମଇ (ହି.ସ.) ଶୁକ୍ରବାର ଅପରାହ୍ନ ପ୍ରାୟ 4ଟା ସମୟରେ ପଞ୍ଜାବର ହୋସିଆରପୁର ଅନ୍ତର୍ଗତ ଚକ୍ ସମାନା ଗ୍ରାମରେ ଏକ ବୋରୱେଲରେ ପଡ଼ି ଯାଇଥିବା ଏକ ଚାରି ବର୍ଷର ଶିଶୁକୁ ପ୍ରାୟ 9 ଘଣ୍ଟାର ଲଗାତାର ପ୍ରଚେଷ୍ଟା ପରେ ଏନ୍.ଡି.ଆର୍.ଏଫ୍., ଏସ୍. ଡି. ଆର୍. ଏଫ୍., ପଞ୍ଜାବ ପୋଲିସ୍, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶିଶୁ, ଗୁରୁକରଣ ସିଂ ବୋରୱେଲରେ ପଡ଼ି ଯାଇଥିଲେ । ୯ ଘଂଟାର ପରିଶ୍ରମ ପରେ ଗତକାଲି ରାତ୍ରୀ 12ଟା 40 ମିନିଟରେ ବୋରୱେଲରୁ ବାହାର କରାଯାଇଥିଲା ଏବଂ ତୁରନ୍ତ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।
ଡେପୁଟି କମିଶନର ଆଶିକା ଜୈନ ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକ ସନ୍ଦୀପ କୁମାର ମଲିକ ଆରମ୍ଭରୁ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିଲେ ଏବଂ ସମଗ୍ର ଅପରେସନକୁ ସଫଳ କରିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ