
ଇଟାନଗର, ୦୨ ମେ (ହି.ସ.)। ଅରୁଣାଚଳ ପ୍ରଦେଶର କାମଲେ ଜିଲ୍ଲାରେ ଶନିବାର ଦ୍ୱିପ୍ରହରରେ
ମଧ୍ୟମ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ କରାଯାଇଛି। ଭୂକମ୍ପ ଫଳରେ କେଉଁଠି ମଧ୍ୟ କୌଣସି କ୍ଷତିର
ଖବର ମିଳିନାହିଁ।
ମିଳିଥିବା ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶରେ ଭାରତୀୟ ସମୟାନୁସାରେ
ଦ୍ୱିପ୍ରହର ୦୧ଟା ୫୯ ମିନିଟ୍ ୦୪ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭବ କରାଯାଇଥିଲା। ରିକ୍ଟର
ସ୍କେଲ୍ରେ ଏହାର ତୀବ୍ରତା ୨.୪ ମାପାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରୁ କୌଣସି
ପ୍ରକାର କ୍ଷତିର ଖବର ମିଳିନାହିଁ।
ଭାରତୀୟ ସିସ୍ମୋଲୋଜି କେନ୍ଦ୍ର ଅନୁସାରେ, ଭୂକମ୍ପର କେନ୍ଦ୍ର
ଅରୁଣାଚଳ ପ୍ରଦେଶର କାମଲେ ଜିଲ୍ଲାରେ ଭୂମି ତଳେ ୦୫ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପର
ଏପିସେଣ୍ଟର ୨୭.୮୬୫ ଉତ୍ତର ଅକ୍ଷାଂଶ ଏବଂ ୯୪.୨୩୯ ପୂର୍ବ ଦେଶାଂତରରେ ଅବସ୍ଥିତ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା