
ଗ୍ୱୌହାଟୀ, 2 ମେ (ହି.ସ) ଛତ୍ତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା
ଭୂପେଶ ବଘେଲ ଆସମ ବିଧାନସଭା ନିର୍ବାଚନର ଏକଜିଟ ପୋଲ୍ ଉପରେ ପ୍ରଶ୍ନ ଉଠାଇ ସେଗୁଡ଼ିକୁ ଅବିଶ୍ୱସନୀୟ
ବୋଲି କହିଛନ୍ତି। ସେ କହିଥିଲେ ଯେ, ଏପରି ପୂର୍ବାନୁମାନ ଅନେକ ସମୟରେ ସଠିକ୍
ସାବ୍ୟସ୍ତ ହୁଏନି।
ଗ୍ୱୌହାଟୀରେ ଆୟୋଜିତ ବିପକ୍ଷ ଦଳମାନଙ୍କର ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପରେ
ସାମ୍ବାଦିକମାନଙ୍କ ସହ ଆଲୋଚନା କରି ପୂର୍ବ ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ମତଗଣନା ପୂର୍ବରୁ
ଦଳର ପ୍ରସ୍ତୁତି ସମ୍ପର୍କରେ କଂଗ୍ରେସ ପ୍ରାର୍ଥୀ ଓ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆୟୋଜିତ କରାଯାଉଛି। ଏହି ବୈଠକରେ ଡି.କେ. ଶିବକୁମାର ଏବଂ ରାଜ୍ୟ ନେତୃତ୍ୱ ମଧ୍ୟ ଉପସ୍ଥିତ
ଥିଲେ।
ସେ କହିଛନ୍ତି ଯେ, ଏହି ବୈଠକଟି ଆସନ୍ତା ୪ ମେ‘ରେ ହେବାକୁ
ଥିବା ମତଗଣନା ପୂର୍ବରୁ କୌଶଳ ନିର୍ଦ୍ଧାରଣ ପାଇଁ କରାଯାଉଛି। ଏକଜିଟ ପୋଲ୍ରେ ଭାଜପା ନେତୃତ୍ୱଧୀନ
ଏନ୍ଡିଏକୁ ଆଗରେ ଦେଖାଯାଇଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଭୂପେଶ ବଘେଲ କହିଛନ୍ତି ଯେ,
ଏହି ଅଙ୍କ
ଗୁଡ଼ିକ ପୂର୍ବରୁ ଥିବା ପରି ‘କପି-ପେଷ୍ଟ’
ଭଳି
ଅଟେ ଏବଂ ଏହା ଉପରେ ଭରସା କରିହେବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା