
ବଲାଙ୍ଗିର, ୨୫ ମେ (ହି.ସ.) ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ସେବାସମବାୟ ସମିତିରେ ଜିଲ୍ଲାସ୍ତରୀୟ ଖରିଫ ରବି ବିପଣନ ବର୍ଷ ୨୦୨୫-୨୬ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଉପଜିଲ୍ଲାପାଳ, ଚିଫ ସିଏସଓ, ଡିଆରସିଏସ, ଏଆରସିଏସ, ଆଗଲପୁର ତହସିଲଦାର ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରି ରବି ଋତୁର ଧାନ କିଣା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୋଟ ୫୩୫ଜଣ ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟେସନ୍ କରିଥିବାବେଳେ ୪୩୮ଜଣ ଚାଷୀଙ୍କ ଅଫିସିଆଲ୍ ଭେରିଫିକେସନ୍ ହୋଇଛି । ଆଜି ତା ୨୫-୫-୨୬ ମୋଟ ୭୮ଜଣ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇଥିବାବେଳେ ୨୮୯୮ କ୍ୱିଂଟାଲ ୭୨ କେଜି ଧାନ ମଣ୍ଡିରେ ବିକ୍ରୟ କରିପାରିବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଉଦଘାଟନୀ ଉତ୍ସବରେ ସେବା ସମବାୟ ସମିତି ପ୍ରେସିଡେଂଟ ଚିନ୍ତାମଣି ଭୋଇ, ସଂପାଦକ, ଡିଇଓ ସହ ଅଂଚଳର ବହୁ ଚାଷୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ