
ଭୁବନେଶ୍ୱର, 26 ମେ (ହି.ସ.)- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରକୁ 12
ବର୍ଷ ପୂରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ୨୦୪୭’ର ସଙ୍କଳ୍ପକୁ ଜନଆନ୍ଦୋଳନର ରୂପ ଦେଇଥିବା ଏହି ପରିବର୍ତ୍ତନମୂଳକ
ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରସେବାକୁ
ତପସ୍ୟା, ସୁଶାସନକୁ ସଙ୍କଳ୍ପ ଏବଂ ଜନକଲ୍ୟାଣକୁ
ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର
ସରକାର ୧୨ଟି ଐତିହାସିକ ବର୍ଷ ପୂରଣ କରିଛି।
ଗତ ୧୨ ବର୍ଷରେ ‘ରାଷ୍ଟ୍ର ପ୍ରଥମ’ର ଭାବନା ସହିତ ଭାରତ ଆତଙ୍କବାଦ ବିରୋଧରେ ଜିରୋ ଟୋଲରେନ୍ସ ନୀତି
ଅପନାଇ ଆତ୍ମନିର୍ଭରତା, ଡିଜିଟାଲ ବିପ୍ଲବ, ଆଧୁନିକ ପାଇପାଇଁ ଢାଞ୍ଚା, ନାରୀ ସଶକ୍ତିକରଣ ଏବଂ ସାଂସ୍କୃତିକ ପୁନର୍ଜାଗରଣର ନୂତନ ମାନଦଣ୍ଡ
ସ୍ଥାପନ କରିଛି। ‘ଏନଇପି 2020’ ମାଧ୍ୟମରେ ମାତୃଭାଷା, କୌଶଳ ବିକାଶ, ନବୀନତା ଏବଂ ଆଧୁନିକ ଶିକ୍ଷାକୁ ନୂତନ
ଦିଗ ମିଳିଛି, ଯାହା ‘ବିକଶିତ ଭାରତ’ର ସୁଦୃଢ଼ ଭବିଷ୍ୟତର ଭିତିସ୍ଥମ୍ଭ
ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ, ଜନଧନ, ଉଜ୍ଜ୍ୱଳା, କୃଷକ ସମ୍ମାନ ନିଧି, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ପରି ଐତିହାସିକ ପଦକ୍ଷେପଗୁଡ଼ିକ ଉନ୍ନତିକୁ
ଶେଷ ମଣିଷ ପର୍ଯ୍ୟନ୍ତ ପହଞ୍ଚାଇ ଜନବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଆଜି ଭାରତ ବିଶ୍ୱ
ମଞ୍ଚରେ ଆତ୍ମବିଶ୍ୱାସ ଏବଂ ଦୃଢ଼ ନେତୃତ୍ୱ ସହିତ ନୂତନ ଉଚ୍ଚତା ଦିଗରେ ଅଗ୍ରସର ହେଉଛି।
‘ବିକଶିତ ଭାରତ ୨୦୪୭’ର ସଙ୍କଳ୍ପକୁ ଜନଆନ୍ଦୋଳନର ରୂପ ଦେଇଥିବା ଏହି ପରିବର୍ତ୍ତନମୂଳକ
ଯାତ୍ରା ପାଇଁ ଆଦରଣୀୟ ପ୍ରଧାନମନ୍ତ୍ରୀଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା