
ଖୋର୍ଦ୍ଧା, 25 ମେ (ହି.ସ.) ବାଣପୁର ବ୍ଲକ ଅନ୍ତର୍ଗତ ବିଷ୍ଣୁ ଡିହ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣତ ଠାରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଜନ ଅଭିଯୋଗ ଶୁଣାଣି ରେ ଉପସଭାପତି, ଜିଲ୍ଲାପରିଷଦ ଗୋପୀନାଥ ମହାରଣା, ବନଖଣ୍ଡ ଅଧିକାରୀ, ବାଲୁଗାଁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଉପ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର, , ବାଣପୁର,ବି.ଡି .ଓ, ପୂନମ ମହାପାତ୍ର, ତହସିଲଦାର , ବାଣପୁର, କାହ୍ନୁ ଚରଣ ଘଡ଼ାଇ ପ୍ରମୁଖ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୪୪ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୩୬ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୮ଟି ଗ୍ରାମୀଣ ସମସ୍ୟା ଜନିତ ଅଭିଯୋଗ ଥିଲା l ଜିଲ୍ଲାପାଳ ଅଭିଯୋଗ ଶିବିରରେ ୧୨ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ଋତୁରାଜ ଚିକିତ୍ସା ନିମନ୍ତେ ଅଭିଯୋଗ କାରୀ ବିଷ୍ଣୁ ଡିହ ଗ୍ରାମ ର ସୁଚିତ୍ରା ବିଶ୍ବାଳଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଅଗ୍ରଣୀ ଯୋଜନାର ସଫଳ ରୂପାୟନ ଦିଗରେ ଖୋଲା ଯାଇଥିବା ଶିକ୍ଷା ଓ ସୂଚନା ଓ ଯୋଗାଯୋଗ ଷ୍ଟଲ ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ l ଜନଶୁଣାଣି
ଶିବିରରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାଟମେଣ୍ଟ ଅଧିକାରୀ , ଜନ ପ୍ରତିନିଧି ବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ