ସମ୍ବଲପୁର ପୋଲିସକୁ ମିଳିଲା ବଡ଼ ସଫଳତା : ୨୬୦ କେଜି ଗଞ୍ଜେଇ ସହ ରିଭଲଭର ଓ ୫ ରାଉଣ୍ଡ ଗୁଳି ଜବତ, ଜଣେ ଗିରଫ

ସମ୍ବଲପୁର,୨୫, ମେ (ହି.ସ.) ଆନ୍ତର୍ରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଚାରମାଲ ଥାନା ଅଧୀନ ଖୋଖୋଡାପାଲ ଛକ ନିକଟରେ ପୋଲିସ ଚଢ଼ାଉ କରି ଏନ୍ଏଲ୍୦୧ ଏଇ ୩୦୦୮ ନମ୍ବରର ଏକ ଟ୍ରକ୍ ଏବଂ ଓଡି ୧୫ ଏଇ ୧୭୧୦ ନମ୍ବରର ଏକ ଟିପ୍ପରରୁ ବିପୁଳ ପରିମାଣର ଗଞ୍ଜେଇ ସହ ଅବୈଧ ଅସ୍ତ୍ର ଓ ଜୀବନ୍ତ ଗୁଳି ଜବତ କରିଛି। ଏକ ବିଶ୍ବସ୍ତ ସୂଚନା ଆଧାରରେ ଚାରମାଲ ଥାନା ଆଇଆଇସି ବେଦପ୍ରକାଶ ନନ୍ଦଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଟିପ୍ପର ଚାଳକ ବୌଦ୍ଧ ଜିଲ୍ଲାର ୨୨ ବର୍ଷିଅ ଜଗନ ମହାକୁଡ଼କୁ ପୋଲିସ ଗିରଫ କରିଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଦଳଙ୍କ ଉପସ୍ଥିତିରେ ଆଇନ ଅନୁଯାୟୀ ଦୁଇଟି ଯାନର ତଲାସୀ କରାଯାଇଥିଲା। ତଲାସୀ ବେଳେ ଏହି ଗାଡିଦ୍ବୟ ଭିତରେ ଗୁପ୍ତ ଭାବେ ତିଆରି ହୋଇଥିବା ସିକ୍ରେଟ ଚ୍ଯାମ୍ବର ଓ ବ୍ୟାଗରୁ ପ୍ରାୟ ୨୬୦ କେଜି ଗଞ୍ଜେଇ ଜବତ କରିଥିଲା । ଏଥିସହ ଟ୍ରକ, ଟିପର, ଗଞ୍ଜେଇ ସହ ଏକ ରିଭଲଭର, ୫

ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି। ଏନେଇ ଚାରମାଲ ଥାନାରେ ୯୩/୨୬ରେ ଏକ ମାମଲା ରୁଜୁ କରାଯାଇ ଏହି ଘଟଣାରେ ଫେରାର ଅଭିଯୁକ୍ତ ସହ ଆଉ କିଏ କିଏ ସମ୍ପୃକ୍ତ ଏନେଇ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande