ପୁରୁଷଣ୍ଢ ସୋସାଇଟ୍କୁ ଦକ୍ଷତା ପ୍ରଶିକ୍ଷଣ ତାଲିମ
ଭଦ୍ରକ, ୨୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ସମବାୟ ସମିତିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଦର୍ଶ ସମବାୟ ସମିତିର ମାନ୍ୟତା ମିଳିଥିଲା । ଏହି ମାନ୍ୟତା ମିିଳିବା ପରେ ସମିତିକୁ ୫ ଦିନିଆ ଦକ୍ଷତା ପ୍ରଶିକ୍ଷଣ ତାଲିମ ଦିଆଯାଇଛି। ମହାରାଷ୍ଟ୍ରର ପୁଣେ ବୈକୁଣ୍ଠ ନାଥ ମେହେଟା ନ୍ୟାସନାଲ ଇ
purushandha society dakhyata talim


ଭଦ୍ରକ, ୨୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ସମବାୟ ସମିତିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଦର୍ଶ ସମବାୟ ସମିତିର ମାନ୍ୟତା ମିଳିଥିଲା । ଏହି ମାନ୍ୟତା ମିିଳିବା ପରେ ସମିତିକୁ ୫ ଦିନିଆ ଦକ୍ଷତା ପ୍ରଶିକ୍ଷଣ ତାଲିମ ଦିଆଯାଇଛି। ମହାରାଷ୍ଟ୍ରର ପୁଣେ ବୈକୁଣ୍ଠ ନାଥ ମେହେଟା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ କୋ-ଅପରେଟିଭ୍ ମ୍ୟାନେଜମେଂଟରେ ଏହି ଦକ୍ଷତା ତାଲିମ ଦିଆଯାଇଥିବା ବେଳେ ପୁରୁଷଣ୍ଢ ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ଦାଶ ଓ ସମ୍ପାଦକ ରାଜେନ୍ଦ୍ର କୁମାର ବେଜ ଶିବିରରେ ଯୋଗଦେଇ ପ୍ରମାଣ ପତ୍ର ହାସଲ କରିଛନ୍ତି। ପରିଚାଳନା ଗତ ଶୃଙ୍ଖଳା ଓ କାର୍ଯ୍ୟଦକ୍ଷତା ପାଇଁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଶୁଭକାନ୍ତ ମହାନ୍ତିଙ୍କ ତତ୍ୱାବଧାନରେ ପ୍ରକଳ୍ପ ସଂଯୋଜିକା ବିଜୟଶ୍ରୀ ଏମ୍ ଭଗବତୀ, ମହାରାଷ୍ଟ୍ର ସମବାୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତାନଜୀ ତାଉଡ଼େନୂତନ, ପ୍ରାଧ୍ୟାପକ ଡ଼ ଋିଶିକେଶ କମଲକାର, ବିଜୟ ଗାୟକଓା୍ୱଡ଼ଙ୍କ ପରିଚାଳନାରେ ଓଡ଼ିଶାରୁ ଯୋଗ ଦେଇଥିବା ୧୦ଟି ସମବାୟ ସମିତିର ୧୯ ଜଣଙ୍କୁ ଆଗାମୀ ପ୍ରକଳ୍ପ ସମ୍ବଦ୍ଧରେ ପ୍ରଶିକ୍ଷଣ ସହ ଓଡ଼ିଶାର ଲୋକମାନଙ୍କୁ ସମବାୟ ସମିିତି ସହ ଯୋଡ଼ି ହୋଇ ସରକାରୀ ଯୋଜନାରେ ସୁଫଳ ହାତେଇବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ପୁଣେର ରେହେଟାରେ ଥିବା ସରିଡ଼ି ଓ କାଷ୍ଟି ଆଦର୍ଶ ସମବାୟ ସମିତ ପରିଦର୍ଶନରେ ନିଆଯାଇ ସମିତିର ପରିଚାଳନା ଓ ଉନ୍ନତି କରଣ ବିଷୟରେ ତାଲିମ ଗ୍ରହଣକାରୀ ମାନଙ୍କୁ ଅବଗତ କରାଯାଇଥିଲା। ପ୍ରକାଶ ଥାଉକି, ଜିଲ୍ଲାର ପ୍ରମୁଖ ତଥା ସର୍ବବୃହତ ସମିତି ଭାବେ ପୁରୁଷଣ୍ଢ ସେବା ସମବାୟ ସମିତି ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇ ପ୍ରଶଂସାର ପାତ୍ର ହୋଇ ପାରିଛି। ଶ୍ରୀ ଦାଶ ଓ ଶ୍ରୀ ବେଜଙ୍କୁ ଏହି ସମ୍ମାନ ଜନକ ପ୍ରମାଣପତ୍ର ହାସଲ ପରେ ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande