କର୍ଣ୍ଣାଟକ ସରକାରର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର ବୃଦ୍ଧିକୁ ଏଆଇଟିୟୁସିର ସ୍ୱାଗତ
ଭୁବନେଶ୍ୱର, ୨୮ ମଇ (ହି.ସ)- ଅଖିଳ ଭାରତ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (ଏଆଇଟିୟୁସି) ଓଡ଼ିଶା ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ମଜୁରୀ ହାର ସିଦ୍ଧାନ୍ତକୁ ସ୍ୱାଗତ କରାଯାଇଛି। ସର୍ବନିମ୍ନ ମଜୁରୀରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ୮୦ରୁ ଅଧିକ ଅନୁସୂଚିତ ନିଯୁକ୍ତି ଶ୍ରେଣୀକୁ ପ୍ରସାରିତ କ
କର୍ଣ୍ଣାଟକ ସରକାରର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର ବୃଦ୍ଧିକୁ ଏଆଇଟିୟୁସିର ସ୍ୱାଗତ


ଭୁବନେଶ୍ୱର, ୨୮ ମଇ (ହି.ସ)- ଅଖିଳ ଭାରତ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (ଏଆଇଟିୟୁସି) ଓଡ଼ିଶା ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ମଜୁରୀ ହାର ସିଦ୍ଧାନ୍ତକୁ ସ୍ୱାଗତ କରାଯାଇଛି। ସର୍ବନିମ୍ନ ମଜୁରୀରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ୮୦ରୁ ଅଧିକ ଅନୁସୂଚିତ ନିଯୁକ୍ତି ଶ୍ରେଣୀକୁ ପ୍ରସାରିତ କରିଛି। ଏହି ବୃଦ୍ଧି ରେ କର୍ଣ୍ଣାଟକରେ ଅଣକୁଶଳ ଶ୍ରମିକମାନଙ୍କ ପାଇଁ ମାସିକ ମଜୁରୀ ପ୍ରାୟ ୧୯,୩୦୦ ଟଙ୍କାକୁ ବୃଦ୍ଧି ଠାରୁ ଉଚ୍ଚ କୂଶଳୀ ସର୍ବନିମ୍ନ ମଜୁରୀ ମାସିକ ଟ୨୫,୭୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏଆଇଟିୟୁସି ଏହାକୁ କେବଳ ଶ୍ରମିକ କଲ୍ୟାଣର ପଦକ୍ଷେପ ଭାବେ ନୁହେଁ, ବରଂ ଏହା ଏକ ସୁଦୃଢ଼ ଅର୍ଥନୈତିକ ନୀତି ଭାବେ ଦେଖୁଛି। ସିମୀତ ମଜୁରୀ ଓ ଅସୁରକ୍ଷିତ ନିଯୁକ୍ତି ଆଧାରରେ ଅର୍ଥନୈତିକ ବିକାଶ ଗଢ଼ିଉଠିପାରିବ ନାହିଁ। ଏଆଇଟିୟୁସି କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ବିଶେଷକରି ଓଡିଶା ସରକାରଙ୍କୁ ଆହ୍ୱାନ କରୁଛି ଯେ, ତୁରନ୍ତ କର୍ଣ୍ଣାଟକ ସରକାରଙ୍କଠାରୁ ସଠିକ୍ ଓ ସମୟୋପଯୋଗୀ ପ୍ରେରଣା ନେଇ ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରୀର ପୁନଃନିର୍ଦ୍ଧାରଣ କରନ୍ତୁ ଏବଂ ମହଙ୍ଗା ସହ ଜଡିତ ଜୀବିକାଯୋଗ୍ୟ ମଜୁରୀ ସୁନିଶ୍ଚିତ କରନ୍ତୁ। କର୍ଣ୍ଣାଟକ ମଡେଲ୍ ସମସ୍ତଙ୍କ ପାଇଁ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରୁ ବୋଲି ଏଆଇଟିୟୁସି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande