ପ୍ରଶିକ୍ଷଣ ଶିକ୍ଷକଙ୍କୁ ଶାଣିତ କରେ, ଶାରଦା ବିଦ୍ୟାମନ୍ଦିରରେ ଶିକ୍ଷକ ପ୍ରଶିକ୍ଷଣ ଶିବିର
ଭଦ୍ରକ, ୩୦ ମଇ (ହି.ସ.) - ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ସଭା କକ୍ଷରେ ଛଅଦିନ ବ୍ୟାପି ଶିକ୍ଷକ ପ୍ରଶିକ୍ଷଣ ଶିବିର ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରର ପ୍ରଥମ ଦିବସର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷ
SARADA VIDYAMANDIRA PRASIKHYANA SIBIRA


ଭଦ୍ରକ, ୩୦ ମଇ (ହି.ସ.) - ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ସଭା କକ୍ଷରେ ଛଅଦିନ ବ୍ୟାପି ଶିକ୍ଷକ ପ୍ରଶିକ୍ଷଣ ଶିବିର ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରର ପ୍ରଥମ ଦିବସର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱମ୍ବର ନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ପ୍ରଥମ ଦିବସର କେନ୍ଦୁଝରର ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ପ୍ରାପ୍ତ ଶିକ୍ଷକ କ୍ଷମାକର ବେହେରା ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ମୌଳିକ ସ୍ତର, ପ୍ରସ୍ତୁତି ସ୍ତର ତଥା ମଧ୍ୟମ ସ୍ତରର ଶ୍ରେଣୀମାନଙ୍କରର କିପରି ଇଂରାଜୀ ସହଜ ଓ ସାବଲୀଳ ଢଙ୍ଗୀରେ ଶିକ୍ଷା ଦାନ କରିଯିବ, ତାହାର କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ଦିବସର ହାଟଡିହ ବ୍ଲକର ସମ୍ବଳ ବ୍ୟକ୍ତି ଶିକ୍ଷକ ନିରାକାର ଜେନା ଯୋଗ ଦେଇ ଶିକ୍ଷଣ କାର୍ଯ୍ୟରେ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶିକ୍ଷାର୍ଥୀମାନେ ବହୁ ଶିକ୍ଷଣ ସାମଗ୍ରୀ ମଧ୍ୟ ନିଜେ ତିଆରି କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ଦିବସର ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଟିଚର ଏଜୁକେଟର ପ୍ରଫୁଲ୍ଲ କୁମାର ଗୋଛାୟତ ଯୋଗ ଦେଇ ଭାଷା ଶିକ୍ଷଣର କଳା କୌଶଳ ସହିତ ନୂତନ ପାଠ୍ୟକ୍ରମର ରୂପରେଖ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଚତୁର୍ଥ ଦିବସର ଯାଜପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ଆଶୁତୋଷ ବଳ ଯୋଗଦେଇ ମାଧ୍ୟମିକ ସ୍ତରରେ ଗଣିତ ଶିକ୍ଷା ର ଦକ୍ଷତା ବିଷୟରେ ଆଲୋଚନା କରିଥିଲେ । ଶେଷ ଦୁଇ ଦିବସର ପ୍ରଶିକ୍ଷାର୍ଥୀ ମାନେ ଶିକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଦିବସମାନଙ୍କରେ ପ୍ରାଚୀର ପତ୍ରିକା -ଜ୍ଞାନ ବୃକ୍ଷ, ପଲ୍ଲୀ ପରିକ୍ରମା, ଶିକ୍ଷା ହିଁ ଶକ୍ତି, ସା ବିଦ୍ୟା ଯା ବିମୁକ୍ତୟେ, ବିଦ୍ୟା ଦଦାତି ବିନୟମ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବରିଷ୍ଠ ଗୁରୁଜୀ ସୁଶାନ୍ତ ସେନାପତି ଆଭିମୁଖ୍ୟ ପ୍ରଦାନ କରି ଥିବାବେଳେ, କବି ପବନ କୁମାର ନାୟକ ପ୍ରଶିକ୍ଷକମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପଂଚତିରିଶି ଜଣ ଗୁରୁମା /ଗୁରୁଜୀ ପ୍ରଶିକ୍ଷଣ ନେଇ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande