ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଘଟଣା : ତୁରନ୍ତ ସମ୍ପୃକ୍ତ ପୋଲିସ ଅଧିକାରୀ ଗିରଫ ଦାବି କଲା କଂଗ୍ରେସ
ଭୁବନେଶ୍ୱର, ୨୮ ମଇ (ହି.ସ)- ବାରଙ୍ଗ ଥାନାରେ ରାକେଶ ବେହେରାଙ୍କ ଉପରେ ହୋଇଥିବା କଥିତ ଥାର୍ଡ ଡିଗ୍ରୀ ନିର୍ଯାତନା ଘଟଣାରେ ବର୍ଷିଛି ରାଜ୍ୟ କଂଗ୍ରେସ । କଂଗ୍ରେସର ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ ଏବଂ ଜୟଶ୍ରୀ ପାତ୍ର ପୋଲିସର ଅପାରଗତା, କ୍ଷମତାର ଦୁରୁପଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କର
ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଘଟଣା : ତୁରନ୍ତ ସମ୍ପୃକ୍ତ ପୋଲିସ ଅଧିକାରୀ ଗିରଫ ଦାବି କଲା କଂଗ୍ରେସ


ଭୁବନେଶ୍ୱର, ୨୮ ମଇ (ହି.ସ)- ବାରଙ୍ଗ ଥାନାରେ ରାକେଶ ବେହେରାଙ୍କ ଉପରେ ହୋଇଥିବା କଥିତ ଥାର୍ଡ ଡିଗ୍ରୀ ନିର୍ଯାତନା ଘଟଣାରେ ବର୍ଷିଛି ରାଜ୍ୟ କଂଗ୍ରେସ । କଂଗ୍ରେସର ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ ଏବଂ ଜୟଶ୍ରୀ ପାତ୍ର ପୋଲିସର ଅପାରଗତା, କ୍ଷମତାର ଦୁରୁପଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଡ.ମନୀଷା କହିଥିଲେ ଯେ, କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ସନ୍ଦେହ ଆଧାରରେ ରାକେଶ ବେହେରାଙ୍କୁ ପୋଲିସ ଥାନାକୁ ନେଇ ୪ ଦିନ ଧରି ଅଟକ ରଖି ନିର୍ମମ ଭାବେ ମାଡ଼ମାରିଥିବା ଅଭିଯୋଗ ଆସିଛି। ପରିବାର ଅଭିଯୋଗ ଅନୁଯାୟୀ ପୋଲିସ ତାଙ୍କୁ ଜଙ୍ଗଲକୁ ନେଇ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିଲେ, ଯାହାଫଳରେ ତାଙ୍କ କିଡନୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଡାୟାଲିସିସ୍ ଆବଶ୍ୟକ ପଡ଼ିଥିବା କୁହାଯାଉଛି। ଏତେ ଗୁରୁତର ଅଭିଯୋଗ ସତ୍ୱେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନାହିଁ। ସୌମ୍ୟ ମୃତ୍ୟୁ ଘଟଣା ପରେ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ଓ ଅବିଶ୍ୱାସ ବଢ଼ିଛି ଏବଂ ଓଡ଼ିଶା ପୋଲିସ ଧୀରେ ଧୀରେ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଉଛି। ରାକେଶ ବେହେରା ବର୍ତମାନ କେଉଁଠି ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେନେଇ ପୋଲିସ କମିଶନର ସାର୍ବଜନୀନ ଭାବେ ପ୍ରେସ ବ୍ରିଫିଂ ଦେଇ ସ୍ପଷ୍ଟ କରନ୍ତୁ। ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ଗିରଫ, ନିରପେକ୍ଷ ତଦନ୍ତ, ରାକେଶ ବେହେରାଙ୍କ ଉନ୍ନତ ଚିକିତ୍ସା ଓ ଯଥୋଚିତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପୋଲିସ ପ୍ରଶାସନର ବିଭିନ୍ନ ଦିଗରେ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ସହ ରକ୍ଷକ କିପରି ଭକ୍ଷକ ସାଜିଛି ବାଲିଅନ୍ତା ଘଟଣା ବାରଙ୍ଗ ଥାନା ଘଟଣା ଉପରେ ଭର୍ତ୍ସନା କରିବା ସହ ଗୃହ ବିଭାଗ ସ୍ଥାଣୁ ପାଲଟି ଯାଇଛି ଓ ବିଭାଗର ଆମୂଳ ଚୂଳ ସମୀକ୍ଷା କରିବା ପାଇଁ ଦାବି କରିବା ସହ ଗୃହମନ୍ତ୍ରୀ ଇସ୍ତଫା ଦେବା ଓ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ବେଳେ ଡିଜିଙ୍କୁ ବଦଳି ନ କରି ଆଶୀର୍ବାଦ ଅଜାଡ଼ିବାର ପ୍ରଶ୍ନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande