ମାଲକାନଗିରିରେ ମିଶିବେ ତେନ୍ତୁଳିଗୁମ୍ମା ପଂଚାୟତ ବାସୀ, ମନ୍ଥର ଗତିରେ ବ୍ରିଜ ନିର୍ମାଣକୁ ନେଇ ବଢୁଛି ଅସନ୍ତୋଷ
ଜୟପୁର, ୨୮ ମଇ (ହି.ସ.)- ପାଞ୍ଚ ବର୍ଷ ବିତିଲା ତଥାପି ସରିନି ୧୪ କୋଟି ଟଙ୍କାର ତେନ୍ତୁଳିଗୁମ୍ମା ପୋଲ ନିର୍ମାଣ, ଏନେଇ ବଢିଛି ଅସନ୍ତୋଷ l ମାଲକାନଗିରି ଜିଲ୍ଲାରେ ମିଶିବା ପାଇଁ ଚେତାବନୀ ଦେଇଛନ୍ତି ତେନ୍ତୁଳିଗୁମ୍ମା ପଂଚାୟତ ବାସୀ l ସେପଟେ ଆଠ ମାସ ମଧ୍ୟରେ ପୋଲ କାର୍ଯ୍ୟ ସରିବା ପାଇଁ ନିର୍ଦେଶ ଦେଇ
ମାଲକାନଗିରିରେ ମିଶିବେ ତେନ୍ତୁଳିଗୁମ୍ମା ପଂଚାୟତ ବାସି, ମନ୍ଥର ଗତିରେ  ବ୍ରିଜ ନିର୍ମାଣକୁ ନେଇ ବଢିଛି ଅସନ୍ତୋଷ


ଜୟପୁର, ୨୮ ମଇ (ହି.ସ.)- ପାଞ୍ଚ ବର୍ଷ ବିତିଲା ତଥାପି ସରିନି ୧୪ କୋଟି ଟଙ୍କାର ତେନ୍ତୁଳିଗୁମ୍ମା ପୋଲ ନିର୍ମାଣ, ଏନେଇ ବଢିଛି ଅସନ୍ତୋଷ l ମାଲକାନଗିରି ଜିଲ୍ଲାରେ ମିଶିବା ପାଇଁ ଚେତାବନୀ ଦେଇଛନ୍ତି ତେନ୍ତୁଳିଗୁମ୍ମା ପଂଚାୟତ ବାସୀ l ସେପଟେ ଆଠ ମାସ ମଧ୍ୟରେ ପୋଲ କାର୍ଯ୍ୟ ସରିବା ପାଇଁ ନିର୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ l ସମସ୍ୟାରେ ବୁଡିରହି ନିଜ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି ବୈପାରୀଗୁଡା ବ୍ଲକର ସଂଗ୍ରାମ ମାଟି ତଥା ଶହୀଦ ଲଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳିଗୁମ୍ମାର ଲୋକେ l ଏହି ପଞ୍ଚାୟତର ସବୁଠୁ ବଡ଼ ଦୁର୍ଭାଗ୍ୟ ହେଉଛି, ବୈପାରିଗୁଡା ସଦର ମହକୁମା ଯାଏ ପହଞ୍ଚିବା ପାଇଁ ସିଧାସଳଖ ରାସ୍ତାଟିଏ ନାହିଁ। ବ୍ଲକ ସଦର ମହକୁମା ଯାଏ ଆସିବା ପାଇଁ ପଞ୍ଚାୟତବାସୀଙ୍କୁ ମାଲକାନଗିରି ଜିଲ୍ଲା ଗବିନ୍ଦପାଲୀ ଦେଇ ପ୍ରାୟ ୭୦ କିଲୋମିଟର ବାଟ ଆସିବାକୁ ପଡ଼ିଥାଏ। ଯାହାଫଳରେ ଦିନକର କାମ ପାଇଁ ସେମାନଙ୍କୁ ତିନିଦିନ ନଷ୍ଟ କରିବାକୁ ପଡ଼ିଥାଏ। ତେନ୍ତୁଳିଗୁମ୍ମା ଠାରୁ ଦଣ୍ଡାବାଡି ଦେଇ ବୈପାରିଗୁଡା ଯାଏ ରାସ୍ତାଟିଏ ନିର୍ମାଣ କରିବା ପାଇଁ ବହୁବାର ଦାବି ପରେ ଗତ ୨୦୨୧ ମସିହାରେ ୧୪ କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ଯୋଜନାରେ ବ୍ରିଜ କାର୍ଯ୍ୟ ଆରମ୍ଭ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ । ପ୍ରଶାସନର ଉଦାସୀନତା ହେତୁ ଏହି ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ। ତେନ୍ତୁଳିଗୁମ୍ମା ସମେତ ଆଖପାଖ ଗ୍ରାମ ଗୁଡ଼ିକର ବହୁବିଦ୍ଧ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି କାହାର ନଜର ନାହିଁ। ସାବରୀ ନଦୀ ଆରପଟେ ଥିବା ସାତ ଖଣ୍ଡ ଗାଁ ଲୋକେ ନୀତି ସଙ୍ଘର୍ଷ କରୁଛନ୍ତି l ଏଠାରେ ଭରା ନଈ ପାର ହେବା ପାଇଁ ଦେଶୀ ଡ଼ଙ୍ଗା ଏକ ମାତ୍ର ଭରସା l ଜୀବନକୁ ବାଜି ଲଗାଇ ବିପଦସଂକୁଳ ଅବସ୍ଥାରେ ଭଙ୍ଗା ଡ଼ଙ୍ଗାରେ ନଦୀ ପାର ହେଉଛନ୍ତି l ଭଙ୍ଗା ଡ଼ଙ୍ଗାରେ ପାଣି ଭରିଯାଉଛି l ତଥାପି ବାଧ୍ୟ ହୋଇ ନଦୀ ପାର ହେବାକୁ ପଡୁଛି ବୋଲି କହିଛନ୍ତି ସାତ ଖଣ୍ଡଗାଁ ଲୋକେ l ଏନେଇ ଗତ କିଛି ଦିନ ପୂର୍ବେ ସ୍ଥାନୀୟ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତେନ୍ତୁଳିଗୁମ୍ମା ପୋଲ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି l ସ୍ଥାନୀୟ ପୂର୍ବତନ ସରପଞ୍ଚ ବୁଦ୍ରା ନାୟକ, ଭେଜିନିଗୁଡା ୱାର୍ଡ ମେମ୍ବର କାଶୀନାଥ ଚଲାଣ, ସ୍ଥାନୀୟ ବୁଦ୍ଧିଜୀଵୀ ତିଲୋକ ନାୟକ, ଅର୍ଜୁନ ସଗରିଆଙ୍କ ଭଳି ସାତ ଖଣ୍ଡ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲ ନିର୍ମାଣରେ କୋରାପୁଟ ଜିଲ୍ଲା ପ୍ରଶାସନର ଅପାରୋଗତା ଜଳଜଳ ଦେଖାଯାଉଛି l ଅତି ଶୀଘ୍ର ପୋଲ ନିର୍ମାଣ ନହେଲେ ତେନ୍ତୁଳିଗୁମ୍ମା ବାସୀ ମାଲକାନଗିରି ଜିଲ୍ଲାରେ ମିଶିବେ ବୋଲି ତେନ୍ତୁଳିଗୁମ୍ମା ଗସ୍ତରେ ଆସିଥିବା କୋରାପୁଟ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି l କାରଣ ସେପଟେ ତେନ୍ତୁଳିଗୁମ୍ମା ବାସୀଙ୍କୁ ମାଲକାନଗିରି ପାଖ ଏବଂ ସୁବିଧା ହେବ l ଏନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜାନ ସମସ୍ୟା ବିଷୟରେ ବୁଝିଛନ୍ତି ଏବଂ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି l ପୋଲ ନିର୍ମାଣ ହେଲେ ନଦୀ ଆରପଟେ ଥିବା ୬ ଖଣ୍ଡ ଗାଁ ତଥା ଭେଜିନିଗୁଡା, ମାଛlଗୁଡା, ମାଟିଗୁଡା, କଣ୍ଟା ବାଉଁସିଆଗୁଡା, ମାଙ୍କଡପାଣି ଆଦି ଗାଁ ରେ ରାସ୍ତା, ପାଣି, ବିଜୁଳି ଭଳି ମୌଳିକ ସୁବିଧା ପହଂଚିବ l ନିଶ୍ଚିତ ଭାବେ ଶହୀଦ ମାଟିର ଉନ୍ନତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande