
ଝାରସୁଗୁଡା, ୨୮ ମଇ (ହି.ସ.)-
ବଡମାଳ ଥାନା ପୁଲିସ ଏକ କଫ୍ ସିରପ ଚୋରାଚାଲାଣ ମାମଲାରେ ସଫଳତା ହାସଲ କରିଛି ।
ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତରେଇକେଲା ଗ୍ରାମରେ ଚଢ଼ଉ କରି ୧୦୦ ମି.ଲି. ଲିଟରର ୮୯ ବୋତଲ କଫ୍ ସିରପ, କିଛି ମୋବାଇଲ ଫୋନ, ଏକ ମୋଟରସାଇକେଲ (ନମ୍ବର ଓଡ଼ି ୨୩ କିଉ ୧୮୩୮) ଏବଂ ୨,୩୫୦ ଟଙ୍କା ନଗଦ ଜବତ କରିଛି। ଏହି ଘଟଣାରେ ତରେଇକେଲା ଗ୍ରାମର ଆଶିଷ ରାୟ, ସରପଞ୍ଚ ରାୟ, ତୁଷାର ଜଗତ ଏବଂ ଥେଲକୋଲି ଗ୍ରାମର ହେମନ୍ତ ମକରଙ୍କୁ ଗିରଫ କରାଯାଇଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏନେଇ ବଡମାଳ ଥାନାରେ କେସ୍ ନମ୍ବର ୧୯୮, ୨୮.୦୫.୨୦୨୬ ଅନୁଯାୟୀ ଏନଡିପିଏସ୍ ଆକ୍ଟର ଧାରା ୨୧(ସି) ଅନୁସାରେ ମାମଲା ରୁଜୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ