
ଭଦ୍ରକ, ୨୮ ମଇ (ହି.ସ.)- ଏହି ଜିଲାର ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି ବଡ଼ ପଦେକ୍ଷପ ନିଆଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବେସବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋହଡ଼ା ପଂଚାୟତର ବିଭିନ୍ନ ଗ୍ରାମ ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର େଅନକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ େକେତକ ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାପର୍ଣ କରିଛନ୍ତି। ଏହି ମେଗା କାର୍ଯ୍ୟକ୍ରମେର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ମନ୍ତ୍ରୀଙ୍କ ସହ ସାମିଲ ହୋଇଥେôଲ। ମିଳିଥିବା ସୂଚନା ଅନୁଯାୟୀ, ସୋହଡ଼ା ପଂଚାୟତର ପ୍ରମୁଖ ୯ଟି ଗାଁ ଯଥା ପେିତଇପୁର, ଡାଙ୍ଗୁଆପାଟଣା, ଗୌରାଙ୍ଗପୁର-ଦୁଲାରପୁର-ପାଟୁଳି, କଂଟାପାରି, ବେଦପୁର, ଷେଣ୍ଢପୁର, ମିଶ୍ରପୁର, ସୋହଡ଼ା ଓ ବାଲିପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୋଟ ୨,୦୧,୪୬,୪୩୪ ଟଙ୍କା ବ୍ୟୟ ଅଟକଳେର ସବର୍ମୋଟ ୭୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ଅନୁଦାନ ମଧ୍ୟରୁ ବେଦପୁର ଗ୍ରାମକୁ ସର୍ବାଧିକ ୩୩,୪୯,୧୫୧ ଟଙ୍କା ପ୍ରଦାନ କରାଯାଇଥିବା େବେଳ ଷେଣ୍ଢପୁର ଗ୍ରାମେର ସର୍ବାଧିକ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଗ୍ରାମୀଣ ଭିତିଭୂମିର ସୁଦୃଢ଼ୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ୨୫ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ସେହିପରି ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରେର ୧୬ଟି ସ୍କୁଲର ମରାମତି ଓ ୧୨ଟି ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ପୁନରୁଦ୍ଧାର ହେବ। ସାମାଜିକ କାର୍ଯ୍ୟ ପାଇଁ ୧୧ଟି ଗୋଷ୍ଠୀ କେନ୍ଦ୍ର, ଆଧ୍ୟାତ୍ମିକ ଭାବନା ରକ୍ଷା ପାଇଁ ୭ଟି ମନ୍ଦିର ଭୋଗମଣ୍ଡପ, ବାଲିପଡ଼ାଠାରେ ନୂତନ ମୋକର୍ଟ କେମ୍ପ୍ଲକ୍ସ ଓ ଗୋଷ୍ଠୀ ସ୍ୱାସ୍େଥ୍ୟକନ୍ଦ୍ର ମରାମତି, ବେଦପୁରେର ଜଗନ୍ନାଥ ଦାସ ସ୍ମାରକୀ ଗ୍ରନ୍ଥାଗାର ଓ ବୈକୁଣ୍ଠି ଆଦର୍ଶ ପୁଷ୍କରିଣୀ ସଂରକ୍ଷଣ, ପେିତଇପୁରେର ପାଲା ମଣ୍ଡପ ଏବଂ ଷେଣ୍ଢପୁରଠୋର ଏକ ଛୋଟ ପୋଲ ନିର୍ମାଣ ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହି ଗସ୍ତକାଳେର ଷେଣ୍ଢପୁର ପେିତଇପୁରଠୋର ପବିତ୍ର ବୈତରଣୀ ନଦେୀର ନିର୍ମିତ ନୂତନ ସୁଦୃଶ୍ୟ ସ୍ନାନଘାଟ ତଥା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାପର୍ଣ ହୋଇଯାଇଛି। ଏହା ସ୍ଥାନୀୟ ଜନସାଧାରଣଙ୍କର ଏକ ଦୀଘର୍ଦିନର ଦାବି ଥିଲା। ଏହି ଘାଟ ନିର୍ମାଣ ଫଳେର େଏବ ଲୋକମୋନ ସୁବିଧୋର ସ୍ନାନ କରିପାରେିବ। ବେିଶଷକରି ଆଗାମୀ ଦିନେର ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରେର ଶ୍ରଦ୍ଧାଳୁମାନଙ୍କ ପାଇଁ ପୁଣ୍ୟେତାୟା ବୈତରଣେୀର ବୁଡ଼ ପକାଇବା ଅଧିକ ସହଜ ଏବଂ ସୁରକ୍ଷିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ଧାମନଗର ଅଂଚଳର େଚେହରା ବଦଳାଇବା ସହ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଅଥର୍ନେ÷ତିକ ଜୀବନଧାରଣର ମାନେର ବ୍ୟାପକ ଉନ୍ନତି ଆଣିବ ବୋଲି ମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମେର ମନ୍ତ୍ରୀ, ସାଂସଦଙ୍କ ସେମତ ଜଳସମ୍ପଦ ବିଭାଗର ସୁପରେିଂଟଣ୍ଡିଙ୍ଗ ଇଞ୍ଜିନିୟର ସଞ୍ଜୀବ ସାମଲ, ଏସ୍.ଡି.ଓ ଶମ୍ଭୁ ପ୍ରକାଶ ମଲ୍ଲିକ, ଜେଇ ସ୍ୱାଗତ ଦାଶ, ବିଡିଓ ବନବିହାରୀ ଦିଣ୍ଡା, ବେିଜପି ନେତା ମେନାରଞ୍ଜନ ମଲ୍ଲିକ, ଅରବିନ୍ଦ ପତି, େଅଶାକ ପୁହାଣ, ରଞ୍ଜିତା ସ୍ୱାଇଁ, ସମିତି ସଭ୍ୟ ଗୀତାଞ୍ଜଳି ପତି, ଶରତ ମହାନ୍ତି, ସେନ୍ତାଷ ଦାଶ ଅଧିକାରୀ, ପ୍ରେମାଦ ସୂତାର, ରଞ୍ଜିତ ସାହୁ, ହୃଦାନନ୍ଦ କର ସେମତ ନିକଟ ପଂଚାୟତର ସରପଂଚ, ସମିତି ସଭ୍ୟ ଓ ବହୁ ସଂଖ୍ୟୋର ବେିଜପି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
-----------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ