
ଅଲିପୁରଦ୍ୱାର, ୨୮ ମଇ (ହି.ସ.): ଜିଲ୍ଲାରେ ୧୦୦ ଦିନର କାର୍ଯ୍ୟ (ମନରେଗା) ଯୋଜନାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗରେ ଜଣେ ପ୍ରଭାବଶାଳୀ ତୃଣମୂଳ ନେତାଙ୍କୁ ଗିରଫ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ପୋଲିସ ଶାମୁକତଳା ଥାନା ଅଂଚଳର ମାଝେରଡାବରୀ ଅଂଚଳରୁ ମାନସ ରାୟଙ୍କୁ ଗିରଫ କରିଛି।
ମାନସ ରାୟ ଯୁବ ତୃଣମୂଳ କଂଗ୍ରେସର ପୂର୍ବତନ ଜିଲ୍ଲା ସହ-ଉପ-ସଭାପତି ବୋଲି ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ବିରୁଦ୍ଧରେ ପ୍ରାୟ ୧୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ତାଙ୍କ ପତ୍ନୀ ମାଝେରଡାବରୀ ଗ୍ରାମ ପଂଚାୟତର ପୂର୍ବତନ ମୁଖ୍ୟ।
ଅଭିଯୋଗ କରାଯାଇଛି ଯେ ତାଙ୍କ ପତ୍ନୀଙ୍କ ପଦବୀର ଅପବ୍ୟବହାର କରି ଏବଂ ତାଙ୍କର ରାଜନୈତିକ ପ୍ରଭାବ ବ୍ୟବହାର କରି ମାନସ ରାୟ ମନରେଗା ପ୍ରକଳ୍ପରୁ କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି। ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ଜିଲ୍ଲାର ଅନେକ ଶୀର୍ଷ ତୃଣମୂଳ ନେତାଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଯୋଗୁଁ ସେ ଦୀର୍ଘ ଦିନ ଧରି ଏହି ଦୁର୍ନୀତି କରିଆସୁଥିଲେ। ପୋଲିସ ବର୍ତମାନ ଅଧିକ ତଦନ୍ତ କରୁଛି।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ