ପୁଣେ ବିଷାକ୍ତ ମଦ ଘଟଣା : ୯ ପୋଲିସ କର୍ମଚାରୀଙ୍କ ସମେତ ୨୨ ଜଣ ସରକାରୀ କର୍ମଚାରୀ ନିଲମ୍ବିତ
ମୁମ୍ବାଇ, ୩୦ ମଇ (ହି.ସ.)- ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ଦେଶି ମଦ ମାମଲାରେ ଏପର୍ଯ୍ୟନ୍ତ ୯ ଜଣ ପୋଲିସ ଅଧିକାରୀ-କର୍ମଚାରୀ ଏବଂ ୧୩ ଜଣ ରାଜ୍ୟ ଅବକାରୀ ବିଭାଗର ଅଧିକାରୀ-କର୍ମଚାରୀଙ୍କ ସମେତ ମୋଟ ୨୨ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟ
ପୁଣେ ବିଷାକ୍ତ ମଦ ଘଟଣା : ୯ ପୋଲିସ କର୍ମଚାରୀଙ୍କ ସମେତ ୨୨ ଜଣ ସରକାରୀ କର୍ମଚାରୀ ନିଲମ୍ବିତ


ମୁମ୍ବାଇ, ୩୦ ମଇ (ହି.ସ.)- ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ଦେଶି ମଦ ମାମଲାରେ ଏପର୍ଯ୍ୟନ୍ତ ୯ ଜଣ ପୋଲିସ ଅଧିକାରୀ-କର୍ମଚାରୀ ଏବଂ ୧୩ ଜଣ ରାଜ୍ୟ ଅବକାରୀ ବିଭାଗର ଅଧିକାରୀ-କର୍ମଚାରୀଙ୍କ ସମେତ ମୋଟ ୨୨ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପ୍ରଶାସନ ୮ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି । ରାଜ୍ୟ ଅପରାଧ ଅନୁସନ୍ଧାନ ବିଭାଗ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଉଛି ।

ହାଡପସର ଥାନା ଅଂଚଳର ବରିଷ୍ଠ ପୋଲିସ ଇନ୍ସପେକ୍ଟର ସଞ୍ଜୟ ମୋଗଲେ, ସମ୍ପୃକ୍ତ ପୋଲିସ ପୋଷ୍ଟ ଦାୟିତ୍ୱରେ ଥିବା ଆସିଷ୍ଟାଂଟ ଇନ୍ସପେକ୍ଟର ହସିନା ଶିକାଲଗର ଏବଂ ଅପରାଧ ଅନୁସନ୍ଧାନ ଦଳର ପୋଲିସ ସବ୍-ଇନ୍ସପେକ୍ଟର ହସନ୍ ମୁଲାନୀ (ମୋଟ ତିନି ଜଣ)ଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବିତ କରାଯାଇଛି ବୋଲି ପୁଣେ ପୋଲିସ କମିଶନରଙ୍କ ସୂତ୍ରରୁ ଶନିବାର ଦିନ ସୂଚନା ମିଳିଛି । ଅଶୋକ ଇପରଙ୍କୁ ହଡପସର ପୋଲିସ ଷ୍ଟେସନର ଦାୟିତ୍ୱ ଦିଆଯାଇଛି । ପିମ୍ପ୍ରି-ଚିଂଚୱାଡ ଫୁଗେୱାଡି ହୁକ୍ ମାମଲାରେ ପୋଲିସ କମିଶନର ଡାପୋଡି ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର ବିଜୟ ୱାଘମାରେଙ୍କ ଭଳି ମୋଟ୍ ଛଅ ଜଣ ପୋଲିସ କର୍ମଚାରୀଙ୍କୁ ତଦନ୍ତ ଦଳର ଦାୟିତ୍ୱରେ ଥିବା ଏବଂ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଅପରାଧ ଶାଖାର ପୋଲିସ ଇନ୍ସପେକ୍ଟର ନରେନ୍ଦ୍ର ଠାକରେଙ୍କୁ ପୋଲିସ କଂଟ୍ରୋଲ ରୁମକୁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande