ଡିଜିଟାଲ ସ୍ୱାସ୍ଥ୍ୟ ମିଶନରେ ଭାରତ ଏକ ପ୍ରମୁଖ ମାଇଲଖୁଂଟ ହାସଲ କରିଛି, ଆଭା ଆକାଉଂଟ ୯୦ କୋଟି ଅତିକ୍ରମ
ନୂଆଦିଲ୍ଲୀ, ୩୦ ମଇ (ହିସ): ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୯୦ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟ ସୃଷ୍ଟି କରି ଭାରତ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଂଟ ହାସଲ କରିଛି। ଆଭା ହେଉଛି ଏକ ୧୪-ଅଙ୍କ ବିଶିଷ୍ଟ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ଯାହା ନାଗରିକମା
ଡିଜିଟାଲ ସ୍ୱାସ୍ଥ୍ୟ ମିଶନରେ ଭାରତ ଏକ ପ୍ରମୁଖ ମାଇଲଖୁଂଟ ହାସଲ କରିଛି, ଆଭା ଆକାଉଂଟ ୯୦ କୋଟି ଅତିକ୍ରମ


ନୂଆଦିଲ୍ଲୀ, ୩୦ ମଇ (ହିସ): ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୯୦ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟ ସୃଷ୍ଟି କରି ଭାରତ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଂଟ ହାସଲ କରିଛି।

ଆଭା ହେଉଛି ଏକ ୧୪-ଅଙ୍କ ବିଶିଷ୍ଟ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ଯାହା ନାଗରିକମାନଙ୍କୁ ଆବଶ୍ୟକ ହେଲେ ସେମାନଙ୍କର ସମ୍ମତି ସହିତ ସୁରକ୍ଷିତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ଯୋଡିବାକୁ, ଦେଖିବାକୁ ଏବଂ ସେୟାର କରିବାକୁ ଅନୁମତି ଦିଏ। ଏହା ରୋଗୀମାନଙ୍କୁ ବାରମ୍ବାର ଡାକ୍ତରୀ ଡକ୍ୟୁମେଂଟ ବହନ କରିବାର ଆବଶ୍ୟକତାକୁ ହ୍ରାସ କରେ ଏବଂ ଚିକିତ୍ସା ପ୍ରକ୍ରିୟାକୁ ସୁଗମ କରିଥାଏ।

ଶନିବାର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଗତ ପାଂଚ ବର୍ଷ ପାଇଁ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୧ ରେ ୧୪. ୭ କୋଟି ଆକାଉଂଟ ଥିଲେ ମଧ୍ୟ, ୨୦୨୨ ରେ ଏହି ସଂଖ୍ୟା ୩୦.୪ କୋଟି , ୨୦୨୩ ରେ ୫୦.୬ କୋଟି, ୨୦୨୪ ରେ ୭୨.୨ କୋଟଟି ଏବଂ ୨୦୨୫ ରେ ୮୪.୫ କୋଟିକୁ ବୃଦ୍ଧି ପାଇଛି। ବର୍ତମାନ, ୨୦୨୬ ରେ, ଏହି ସଂଖ୍ୟା ୯୦ କୋଟି ଅତିକ୍ରମ କରିଛି।

ରାଜ୍ୟଗୁଡ଼ିକର କଥା କହିବାକୁ ଗଲେ, ଉତର ପ୍ରଦେଶ ୧୫.୩ କୋଟିରୁ ଅଧିକ ଆଭା ଆକାଉଂଟ ସହିତ ଦେଶରେ ଆଗରେ ଅଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ର ପ୍ରତ୍ୟେକେ ୭.୧ କୋଟି ଆଭା ଆକାଉଂଟ, ବିହାର ୬.୩ କୋଟି ଏବଂ ପଶ୍ଚିମବଙ୍ଗ ୫୯ ନିୟୁତ ସୃଷ୍ଟି କରିଛନ୍ତି।

ମହିଳାଙ୍କ ଅଂଶଗ୍ରହଣ ମଧ୍ୟ ଉଲ୍ଲେଖନୀୟ। ମୋଟ ଆଭା ଆକାଉଂଟର ପ୍ରାୟ ୪୯.୭୫ ପ୍ରତିଶତ ମହିଳା, ଯାହା ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ପ୍ରତି ବୃଦ୍ଧି ପାଉଥିବା ଅଂଶଗ୍ରହଣ ଏବଂ ସଚେତନତାକୁ ପ୍ରତିଫଳିତ କରେ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande