ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ହେଲା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର
ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀମାନଙ୍କୁ ସଫଳତାର ମନ୍ତ୍ର ଦେଲେ ମନ୍ତ୍ରୀ, ବିଧାୟକ
ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀମାନଙ୍କୁ ସଫଳତାର ମନ୍ତ୍ର ଦେଲେ ମନ୍ତ୍ରୀ, ବିଧାୟକ୧


ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀମାନଙ୍କୁ ସଫଳତାର ମନ୍ତ୍ର ଦେଲେ ମନ୍ତ୍ରୀ, ବିଧାୟକ


ବୌଦ୍ଧ, ୨୮ ମେ (ହି.ସ.) ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ମନ୍ତ୍ରୀ, ବିଧାୟକମାନେ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀମାନଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ । ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଦୁଇଦିନ ଧରି ଜିଲ୍ଲା ବିଜେପି କାଯ୍ୟଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଆଭିଯାନ ଅନୁଷ୍ଠିତ ହୋଇଥିଲା ।ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର ଙ୍କ ସଭାପତିତ୍ୱ କରିଥିଲେ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସହିତ କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ଯୋଗଦାନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ ଯୋଗଦାନ କରି ଦଳୀୟ କର୍ମକର୍ତା ଓ ନେତୃତ୍ୱ ଙ୍କୁ ଦଳର ନୀତି ଆଦର୍ଶ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ରାଜ୍ୟ ବିଜେପି ର ବରିଷ୍ଠ ନେତୃତ୍ୱ ସୀମାଂଚଳ ଖଟେଇ, ଧିରେନ ସେନାପତି, ଜଗନ୍ନାଥ ସାହୁ, ସନ୍ତୋଷ ପ୍ରଧାନ, ପବିତ୍ର ଦାସ, ପୁର୍ଣଚନ୍ଦ୍ର ମଲ୍ଲିକ, ଅଂଶୁମାନ ସବୁଜ ମହନ୍ତ, ବାସୁଦେବ ବାରିକ ରଞ୍ଜନ ମଙ୍ଗରାଜ, ରଞ୍ଜନ ନାୟିକ, ସୁଜିତ ଦାସ, ଜିଲ୍ଲାର ପ୍ରଭାରୀ ଗୋବିନ୍ଦ ଅଗ୍ରୱାଲ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ର ଚରଣ ମହାନ୍ତି,ସଂଯୁକ୍ତା ନାୟକ,ଶ୍ୟାମ ସୁନ୍ଦର ପୁରୋହିତ,ତାପସ ପଟ୍ଟନାୟିକ, ମାଗୁଣି ଗାଇ ଗୌରିଆ , ସତ୍ୟାନନ୍ଦ ପାଣ୍ଡେ, ତପନ ଡାଙ୍ଗ, ଅଟଳ ପ୍ରଧାନ, ପିନାକ ରଣା, ନିରଞ୍ଜନ ଦାନୀ, ରାଜକୁମାର ମେହେର ବୈକୁଣ୍ଠ ପ୍ରଧାନ, ସୌମିତ୍ରୀ ନାୟକ ସୁଶାନ୍ତ ବାଘ, ରାକେଶ ତ୍ରିପାଠୀ, ମନରଞ୍ଜନ ଦାସ, ନମିତା ରାଣୀ ଦାସ, ଶାନ୍ତି ଦନ୍ତା, ନିବେଦିତା ମହାକୁଡ଼ ଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ଓ ସମସ୍ତ କାର୍ଯ୍ୟ କର୍ତା ମାନେ ଯୋଗଦେଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande