ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଇଦ୍ ଉଲ୍ ଜୁହା ମହାସମାରୋହରେ ପାଳିତ
ଧର୍ମଶାଳା, ୨୮ ମଇ(ହି.ସ.) – ଭାଇମାନଙ୍କ ପକ୍ଷରୁ ଇଦ୍ ଉଲ୍ ଜୁହା ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳୁ ସକାଳୁ ବ୍ରହ୍ମବରଦା ଓ ମହେଶ୍ୱରପୁର ପଂଚାୟତର ବିଭିନ୍ନ ମସ୍ଜିଦରେ ସଂଖ୍ୟାଲଘୁଭାଇମାନେ ସମବେତ ନମାଜପାଠ କରିଥିଲେ। ବ୍ରହ୍ମବରଦା ପଂଚାୟତସ୍ଥ ଇଦଗାହ ପଡିଆରେ ପ୍ରଥମେ ଧର୍ମଗୁରୁ ଅବଦୁଲ ବାରି
ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଇଦ୍ ଉଲ୍ ଜୁହା ମହାସମାରୋହରେ ପାଳିତ


ଧର୍ମଶାଳା, ୨୮ ମଇ(ହି.ସ.) – ଭାଇମାନଙ୍କ ପକ୍ଷରୁ ଇଦ୍ ଉଲ୍ ଜୁହା ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳୁ ସକାଳୁ ବ୍ରହ୍ମବରଦା ଓ ମହେଶ୍ୱରପୁର ପଂଚାୟତର ବିଭିନ୍ନ ମସ୍ଜିଦରେ ସଂଖ୍ୟାଲଘୁଭାଇମାନେ ସମବେତ ନମାଜପାଠ କରିଥିଲେ। ବ୍ରହ୍ମବରଦା ପଂଚାୟତସ୍ଥ ଇଦଗାହ ପଡିଆରେ ପ୍ରଥମେ ଧର୍ମଗୁରୁ ଅବଦୁଲ ବାରିସାହହେବଙ୍କ ନିର୍ଦ୍ଦେଶ କ୍ରମେ ମୁସଲିମ ସମ୍ପ୍ରଦାୟର ଭାଇମାନେ ସମବେତ ନମାଜପାଠ କରିଥିଲେ। ପରେ ପରେ ଆରାମବାଗ୍, ମଦିନାବାଗ୍ ଓ ଆଜାଦନଗର ମସଜିଦ ନମାଜପାଠ ଅନୁଷ୍ଠିତ ହୋଇଥିଲା। ନମାଜପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଉଲ୍ ଜୁହାର ଅଭିନନ୍ଦନ ଜଣାଇ ଥିଲେ। ଇଦଗାହ ପଡିଆଠାରେ ୩୬ ନଂ ଜୋନ ଜିଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଓ ଯୁବ ସମାଜସେବୀ କାବୁଲି ବିଶ୍ୱାଳଙ୍କ ସମେତ ବହୁ ହିନ୍ଦୁ ସମ୍ପ୍ରଦାୟର ବରିଷ୍ଠ ମୁରବୀ ଉପସ୍ଥିତ ରହି ସଂଖ୍ୟଲଗୁ ଭାଇମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ଶାନ୍ତିଶୃଙ୍ଖଳା ବଜାୟ ନିମନ୍ତେ ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande