'ଆମ ଶାସନ' ପୋର୍ଟାଲରେ ସାମିଲ ହେବ ଶକ୍ତି ବିଭାଗର ସମସ୍ତ ସେବା, ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, 29 ମେ (ହି.ସ) ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରା ବିକଶିତ ଆମ ଶାସନ (ପ୍ଲାଟଫର୍ମରେ ଶକ୍ତି ବିଭାଗର ବାକି ରହିଯାଇଥିବା ସମସ୍ତ ସେବାକୁ ତୁରନ୍ତ ସାମିଲ କରିବା ପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚାରୋଟି ପ୍ରମ
'ଆମ ଶାସନ' ପୋର୍ଟାଲରେ ସାମିଲ ହେବ ଶକ୍ତି ବିଭାଗର ସମସ୍ତ ସେବା, ନୋଡାଲ ଅଫିସର ନିଯୁକ୍ତ       କରିବାକୁ ନିର୍ଦ୍ଦେଶ


ଭୁବନେଶ୍ୱର, 29 ମେ

(ହି.ସ) ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରା ବିକଶିତ ଆମ ଶାସନ (ପ୍ଲାଟଫର୍ମରେ

ଶକ୍ତି ବିଭାଗର ବାକି ରହିଯାଇଥିବା ସମସ୍ତ ସେବାକୁ ତୁରନ୍ତ ସାମିଲ କରିବା ପାଇଁ ରାଜ୍ୟ ଶକ୍ତି

ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚାରୋଟି ପ୍ରମୁଖ ବିଦ୍ୟୁତ ବିତରଣ କମ୍ପାନୀର

ମୁଖ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି

ହୋଇଛି ।

ସେବାଗୁଡ଼ିକର ସଠିକ୍

ପରିଚାଳନା ଏବଂ ହିତାଧିକାରୀଙ୍କ ତଥ୍ୟ ସହଜରେ ଆଇପିଆଇ ଇଣ୍ଟିଗ୍ରେସନ ମାଧ୍ୟମରେ ଓକାକ୍କୁ

ପ୍ରଦାନ କରିବା ପାଇଁ ଇଆଇସି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ

ମନୋନୀତ କରିବାକୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande