
ଅନୁଗୋଳ, ୨୯ ମଇ (ହି.ସ.)- ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ୍ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ତୁରଙ୍ଗ ଅଂଚଳର ଦୀପକ ପ୍ରଧାନ(୨୭) ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୀପକ ଓ ତାଙ୍କ ସାଙ୍ଗ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିବା ବେଳେ କୌଣସି ଅଜଣା ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ି ନେଇଥିଲା । ବାଇକ୍ ଟିରେ ନିଆଁ ଲାଗିଯିବା ସହିତ ଏହା ଜଳି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୀପକଙ୍କର ମୃତ୍ୟୁ ଘଟିଥିବା ବେଳେ ରଞ୍ଜନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଖମାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ସମଲ ପୁଲିସ ପହଂଚି ମୃତକଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ