
ଗଞ୍ଜାମ, ୨୯ ମଇ (ହି.ସ.)-
ବ୍ରହ୍ମପୁର ବଡ ଡାକ୍ତରଖାନା ପିଏମଏସଏସୱାଇ କୋଠା ପଛରେ ରହିଥିବା ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ଆଇସିୟୁରେ ଗତକାଲି ରାତିରେ ଏକ ଫ୍ଯାନ ହଠାତ୍ ସର୍ଟସର୍କିଟରୁ ଜଳିଯାଇଛି। ଏହା ଦେଖି ରୋଗୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏହାପରେ ରୋଗୀ ଓ କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ, କାର୍ଯ୍ୟରତ ସୁରକ୍ଷା କର୍ମୀମାନେ ଗ୍ଯାସ ଦ୍ୱାରା ଅଗ୍ନି ନିର୍ବାପିତ କରିଥିଲେ । ରେଜିଷ୍ଟ୍ରାର ଡଃ. ଶ୍ୱେତକୁମାର ଦାଶ ଆଇସିୟୁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ରୋଗୀ ମାନଙ୍କୁ ସ୍ଥାନାନ୍ତର କରି ଚିକିତ୍ସା ବ୍ଯବସ୍ଥା କରାଇଥିଲେ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ