ଅନାଥ ଭାଇ ଭଉଣୀଙ୍କୁ ଭେଟିଲେ କୋଟପାଡ଼ ବିଧାୟକ ପ୍ରାର୍ଥୀ
ଜୟପୁର, ୨୯ ମଇ (ହି.ସ.)- କୋରାପୁଟ ଜିଲା ଦଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଲିଯୋଡ଼ି ଗ୍ରାମର ଅନାଥ ଭାଇ ଭଉଣୀଙ୍କୁ ଭେଟିଲେ କୋଟପାଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ । ଭେଟିବା ସହ ସହାୟତାର ହାତ ବଢାଇଛନ୍ତି । ଏନେଇ ବୈପାରିଗୁଡାରେ ଏପରି ମହତ କାମ କୁ ସ୍ଵାଗତ କରିଛନ୍ତି
ଅନାଥ ଭାଇ ଭଉଣୀଙ୍କୁ ଭେଟିଲେ କୋଟପାଡ଼ ବିଧାୟକ ପ୍ରାର୍ଥୀ


ଜୟପୁର, ୨୯ ମଇ (ହି.ସ.)- କୋରାପୁଟ ଜିଲା ଦଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଲିଯୋଡ଼ି ଗ୍ରାମର ଅନାଥ ଭାଇ ଭଉଣୀଙ୍କୁ ଭେଟିଲେ କୋଟପାଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ । ଭେଟିବା ସହ ସହାୟତାର ହାତ ବଢାଇଛନ୍ତି । ଏନେଇ ବୈପାରିଗୁଡାରେ ଏପରି ମହତ କାମ କୁ ସ୍ଵାଗତ କରିଛନ୍ତି । ଚଳିତ ମାସ ୨୬ ତାରିଖ ମଙ୍ଗଳବାର ଦିନ ଦଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଲିଯୋଡ଼ି ଗ୍ରାମର ଲକ୍ଷ୍ମୀଖିଲ (୧୮) ଓ ରାଜେଶ ଖିଲ (୧୩) ଦୁଇ ଅନାଥ ଭାଇ ଭଉଣୀଙ୍କ ଘର ଛପର ଅଦିନିଆ କାଳ ବୈଶାଖୀ ଉଡ଼େଇ ନେଇ ଛାକଖାର କରିଥିଲା । ଘରର ଛପର ଉଡ଼େଇ ଘର ଭାଙ୍ଗିବା ପରେ ଦୁଇ ଭାଇ ଭଉଣୀ କାନ୍ଦି କାନ୍ଦି ପରଘରେ ଆଶ୍ରୟ ନେଇଥିଲେ। କୁଲି ମଜୁରୀ କରି ଚଳୁଥିବା ଭାଇ ଭଉଣୀ ଦୁହେଁ କେମିତି ଘର ସଜାଡ଼ିବେ ସେନେଇ ଚିନ୍ତାରେ ରହିଥିଲେ । ଖବର ପାଇ କୋଟପାଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ ବାଙ୍କୁଲିଯୋଡ଼ି ଗ୍ରାମରେ ପହଞ୍ଚିଥିଲେ। କୋଟପାଡ଼ ବିଧାୟକ ପ୍ରାର୍ଥୀ ଅନାଥ ଭାଇ ଭଉଣୀଙ୍କୁ ଭେଟିବା ପରେ ଶ୍ରୀ ଦିଆନଙ୍କୁ ଭାଇ ଭଉଣୀ ତାଙ୍କ ଦୁଃଖ ଜଣାଇଥିଲେ । ତାଙ୍କର ଦୁଃଖ ଶୁଣି ଶ୍ରୀ ଦିଆନ ଦୁଇ ଅନାଥ ଭାଇ ଭଉଣୀଙ୍କୁ ଆଶ୍ୱାସନା ଦେବାସହ ଘରର ଛପର ପାଇଁ ଘର ଛପର ମାପ ଅନୁସାରେ ୧୨ ଫୁଟର ୧୨ ଖଣ୍ଡ ଆଜବେଷ୍ଟ ଓ ୮ ଫୁଟର ୧୨ ଖଣ୍ଡ ଆଜବେଷ୍ଟ ତଥା ସର୍ବମୋଟ ୨୪ ଖଣ୍ଡ ଆଜବେଷ୍ଟ ଯୋଗାଇ ଦେଇଛନ୍ତି । କାଳବୈଶାଖୀରେ ଘର ଭାଙ୍ଗିବା ପରେ ଅନାଥ ଭାଇ ଭଉଣୀଙ୍କୁ ସରକାରଙ୍କ ପକ୍ଷରୁ କେବଳ ଜରିପାଲ ଖଣ୍ଡେ ଦିଆଯାଇଛି । କାଳବୈଶାଖୀରେ ଘରର ଆଜବେଷ୍ଟ ଉଡ଼େଇ ଘର ଭାଙ୍ଗି ଯାଉଛି । ବର୍ଷାରେ ଜରିପାଲ କ'ଣ କାମ କରିବ । ଅସହାୟ ଲୋକଙ୍କ ପାଇଁ ସରକାର ସଠିକ ଭାବରେ ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ । ଏହାସହ ଏହି ଅନାଥ ଭାଇ ଭଉଣୀଙ୍କୁ ତୁରନ୍ତ ଆବାସ ଗୃହ ଏବଂ ରାସନ କାର୍ଡ ଯୋଗାଇ ଦିଆଯାଉ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଦିଆନ ଦାବି କରିଛନ୍ତି। ଶ୍ରୀ ଦିଆନ ୨୪ ଖଣ୍ଡ ଆଜବେଷ୍ଟ ଯୋଗାଇ ଦେଇଥିବାରୁ ଅନାଥ ଭାଇ ଭଉଣୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଦିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନାମ ଦିଆନ ବଙ୍କୁଲିଯୋଡ଼ି ଗ୍ରାମରେ ଗସ୍ତ ସମୟରେ କଂଗ୍ରେସ ନେତା ତଥା କୋଟପାଡ଼ ବ୍ଲକର ପୂର୍ବତନ ବ୍ଲକ ସଭାପତି ମନୋହର ବିଶୋଇ, ବୈପାରିଗୁଡ଼ା ବ୍ଲକ କଂଗ୍ରେସ ନେତା ସତ୍ୟ ନାରାୟଣ ନାହାଁନ୍ତି, ସ୍ଥାନୀୟ ସରପଞ୍ଚ ଛେଣ୍ଡିଆ ଖିଲ, ଯୁବ କଂଗ୍ରେସ ନେତା ଆନନ୍ଦ ନାୟକ, ଦଣ୍ଡାବାଡ଼ି ଗ୍ରାମ ପଞ୍ଚାୟତର ପଞ୍ଚାୟତ କଂଗେସ ସଭାପତି ଅଭି ଗୌଡ଼, ପୂର୍ବତନ ୱାର୍ଡ଼ ମେମ୍ବର ଶେଖର ଖିଲଙ୍କ ସମେତ ଦଣ୍ଡାବାଡ଼ି ଅଞ୍ଚଳର ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଏନେଇ ଅନାମ ବୈପାରିଗୁଡା ଠାରେ ଗଣମାଧମକୁ ସୂଚନା ନେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande