ସମନ୍ୱିତ ଶିଶୁ ବିକାଶ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡ଼ା, ୨୯ ମଇ (ହି.ସ.)- ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଦକ୍ଷତା, ଆଧାର ଅପଡେଟ୍, କର୍ମଚାରୀ ପଦସ
ICDS bibhag samikya baithak


ନୂଆପଡ଼ା, ୨୯ ମଇ (ହି.ସ.)- ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଦକ୍ଷତା, ଆଧାର ଅପଡେଟ୍, କର୍ମଚାରୀ ପଦସ୍ଥିତି, ଆଙ୍ଗନବାଡ଼ି କେନ୍ଦ୍ରର ଭିତିଭୂମି ଓ କ୍ଷେତ୍ର ପରିଦର୍ଶନ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଜିଲ୍ଲାରେ ମୋଟ ୧୪୦୮ଟି ଆଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୧୮୨ଟିର ନିଜସ୍ୱ ଗୃହ ରହିଥିବାବେଳେ ୭୬ଟି ଗୃହ ନିର୍ମାଣାଧୀନ ଅଛି। ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୫ଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପଦବୀରେ ସମସ୍ତ ପଦ ପୂରଣ ହୋଇଛି। ସେହିପରି ୧୪୦୮ଟି ମଞ୍ଜୁରୀପ୍ରାପ୍ତ ଆଙ୍ଗନବାଡ଼ି କର୍ମୀ ପଦବୀ ମଧ୍ୟରୁ ୧୩୯୩ଟି ଏବଂ ୧୪୦୮ଟି ଆଙ୍ଗନବାଡ଼ି ସହାୟିକା ପଦବୀ ମଧ୍ୟରୁ ୧୩୯୨ଟି ପଦ ପୂରଣ ହୋଇଥିବା ସୂଚନା ଦିଆଯାଇଥିଲା।

ଯୋଜନାର ହିତାଧିକାରୀମାନଙ୍କ ଆଧାର ଯାଂଚ କାର୍ଯ୍ୟରେ ଜିଲ୍ଲା ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ୭୬,୦୨୬ ଜଣ ହିତାଧିକାରୀଙ୍କ ଆଧାର ଯାଂଚ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଥିଲା। ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ବିଭାଗ ଶିଶୁ ଓ ମାତୃ ବିକାଶ ସହ ସିଧାସଳଖ ଭାବେ ସମ୍ପୃକ୍ତ ଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଜିଲ୍ଲାର ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ କିଚେନ ଗାର୍ଡେନ ସ୍ଥାପନ କରିବା ସହିତ ପୂର୍ଣ୍ଣାଙ୍ଗ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କିତ ଅଗ୍ରଗତି ରିପୋର୍ଟ ତିନି ଦିନ ମଧ୍ୟରେ ଦାଖଲ କରିବାକୁ ସମସ୍ତ ସିଡିପିଓଙ୍କୁ କୁହାଯାଇଥିଲା।

ନିଜ ଅଧୀନସ୍ଥ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଦର୍ଶ କେନ୍ଦ୍ରରେ ପରିଣତ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହାଛଡ଼ା ସିଡିପିଓ ସୁପରଭାଇଜର ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଆଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ନିୟମିତ ଭାବେ ଶତପ୍ରତିଶତ ପରିଦର୍ଶନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ କୋମନା ବ୍ଲକ ବଛାପଡ଼ା ଗ୍ରାମର ଜୟଲାଲ ଗୌଡ଼ ଓ ଆମ୍ଲିବାଇଙ୍କୁ ଶ୍ରେଷ୍ଠ ସ୍ୱାମୀ-ସ୍ତ୍ରୀ ଯୋଡି ଭାବେ ଏବଂ ଠାକୁରପାଲି ମାଝିପଡ଼ାର ସାବିତ୍ରୀ ଜଗତ ଓ ଅନୁସୂୟା ମହାନନ୍ଦଙ୍କୁ ଶ୍ରେଷ୍ଠ ଶାଶୁ-ବୋହୂ ଯୋଡି ଭାବେ ସମ୍ମାନିତ କରାଯାଇଥିଲା। ସିନାପାଲି ବ୍ଲକ ପଲସାପଡ଼ା ଆଙ୍ଗନବାଡ଼ି କେନ୍ଦ୍ରର କର୍ମୀ ପ୍ରେମବାଲହାରୀ ହରପାଳଙ୍କୁ ଶତପ୍ରତିଶତ ପ୍ରି-ସ୍କୁଲ ଉପସ୍ଥାନ ପାଇଁ ପୁରସ୍କୃତ କରାଯାଇଥିବାବେଳେ କାନ୍ତିଲତା ଶବରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବୈଠକରେ ଉପ-ଜିଲ୍ଲାପାଳ ସୂର୍ମି ସୋରେନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ୍. ଗୀତା, ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande