ସିଦ୍ଧରମୈୟାଙ୍କ ଇସ୍ତଫା ଗ୍ରହଣ
ବେଙ୍ଗାଲୁରୁ, ୨୬ ମେ(ହି.ସ) ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ, ରାଜ୍ୟପାଳ ଇସ୍ତଫାପତ୍ରରେ ସ୍ୱାକ୍ଷର କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ରାଜଭବନରୁ ଏକ ସରକାରୀ ଆଦ
resignation accepted letter


ବେଙ୍ଗାଲୁରୁ, ୨୬ ମେ(ହି.ସ) ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି।

ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ, ରାଜ୍ୟପାଳ ଇସ୍ତଫାପତ୍ରରେ ସ୍ୱାକ୍ଷର କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ରାଜଭବନରୁ ଏକ ସରକାରୀ ଆଦେଶ ମଧ୍ୟ ଜାରି କରାଯାଇଛି। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସିଦ୍ଧରମୈୟା ଆଗାମୀ ଦୁଇରୁ ତିନି ଦିନ ପାଇଁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ କାରଣ ରାଜ୍ୟପାଳ ରାଜଧାନୀ ବାହାରେ ଥିଲେ। ସଚିବ ଇସ୍ତଫା ଗ୍ରହଣ କରିଥିଲେ କିନ୍ତୁ ସାମ୍ବିଧାନିକ ନିୟମ ଅନୁଯାୟୀ ରାଜ୍ୟପାଳଙ୍କ ଦସ୍ତଖତ ଆବଶ୍ୟକ ଥିଲା।

ଗୁରୁବାର ରାତିରେ ଇନ୍ଦୋରରୁ ବେଙ୍ଗାଲୁରୁ ଫେରିଥିବା ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ଶୁକ୍ରବାର ସକାଳେ ଇସ୍ତଫାପତ୍ରର ସମୀକ୍ଷା କରିଥିଲେ ଏବଂ ଏହାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande