ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କନ୍ଧମାଳ ଜିଲ୍ଲାର ଟିକାବାଲିରେ ସର୍ବାଧିକ ୩୦.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୯ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଟିକାବାଲିରେ ସର୍ବାଧିକ ୩୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୂଆପଡା ଜିଲ୍ଲାର ବୋଡେନରେ ୨୮.୦ ମି.ମି., ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୨୭.୦ ମି
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କନ୍ଧମାଳ ଜିଲ୍ଲାର ଟିକାବାଲିରେ ସର୍ବାଧିକ ୩୦.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୯ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଟିକାବାଲିରେ ସର୍ବାଧିକ ୩୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନୂଆପଡା ଜିଲ୍ଲାର ବୋଡେନରେ ୨୮.୦ ମି.ମି., ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୨୭.୦ ମି.ମି., କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ୨୬.୨ ମି.ମି., ବରଗଡ଼ ଜିଲ୍ଲାର ପାଇକମାଳରେ ୨୦.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୧୯.୬ ମି.ମି., ବଲାଙ୍ଗିର ଜିଲ୍ଲାର ଆଗଲପୁରରେ ୧୭.୫ ମି.ମି., ସୋନପୁର ଜିଲ୍ଲାର ସୋନପୁରରେ ୧୫.୦ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୧୩.୦ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୧୨.୬ ମି.ମି., ବଲାଙ୍ଗିର ଜିଲ୍ଲାର ସାଲେଭଟ୍ଟାରେ ୧୨.୪ ମି.ମି. ଏବଂ ବୌଦ୍ଧ ଜିଲ୍ଲାର ଖଇରମାଳରେ ୧୧.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande