
ଭୁବନେଶ୍ୱର, 29 ମେ (ହି.ସ.)- ଓଡ଼ିଶାରେ ଭୋଟର
ତାଲିକା ସଂଶୋଧନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ. ଗୋପାଳନ ସୂଚନା ଦେଇଛନ୍ତି। କାଲିଠୁ
ରାଜ୍ୟରେ ଆରମ୍ଭ ହେବ ଏସଆଇଆରପ୍ରକ୍ରିୟା। ଜୁନ ୨୮ ଯାଏଁ ଚାଲିବ ଓ ଘର ଘର ବୁଲି ଭୋଟର ତାଲିକା
ସଂଶୋଧନ ବିଏଲ୍ଓ କରିବେ । ବିଏଲ୍ଓଙ୍କ ଜରିଆରେ
ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଛି
ବୋଲି କହିଛନ୍ତି ସିଇଓ।
ଏଥିପାଇଁ ୪୫ ହଜାର ୨୫୫
ବ୍ଲକ ଲେବୁଲ ଅଫିସର ନିଯୁକ୍ତି ହୋଇଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ୩ ଟାରୁ ୫ ଟା ବୁଥରେ
ଉପସ୍ଥିତ ରହିବେ ବିଏଲଓ। ୩ କୋଟିରୁ ଅଧିକ
ଭୋଟରଙ୍କ ମ୍ୟାପିଙ୍ଗ ସରିଛି। ୧୭ ପ୍ରତିଶତ
ଲଜିକାଲ ଏରର ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି।ପ୍ରତ୍ୟେକ ଭୋଟରଙ୍କୁ
୨ଟି ଫର୍ମ ଦିଆଯିବ । ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍ଓଙ୍କୁ ଦେବେ । ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ
ବୋଲି ସେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା