
ଭୁବନେଶ୍ୱର, ୨୯ ମଇ (ହି.ସ.) - ଓମ୍ ଫେଡର ବକେୟା ଟଙ୍କା ଜମା ନକଲେ ଲାଇସେନ୍ସ ରଦ୍ଦ ହେବ। ଏପରିକି ଏଫଆଇଆର ମଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ଯେ ୧୦ ରୁ ୧୨ ଜଣ ଡିଲର୍ ୫ କୋଟିରୁ ଅଧିକ ଟଙ୍କା ବକେୟା ରଖିଛନ୍ତି। ୭ ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନକଲେ ଲାଇସେନ୍ସ ରବ୍ଦ କରାଯିବ।ଏହାସହ ନିର୍ଦ୍ଧାରିତ ସମୟରେ ବକେୟା ରାଶି ପୈଠ ନକଲେ ବ୍ୟକ୍ତିଗତ ଏଫଆଇଆର ମଧ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା