ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିଲେ ରଚନା, କୋଲାବିରା କଲେଜରେ ଉତ୍ସାହର ଲହରୀ
Rachana wins gold medal
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିଲେ ରଚନା, କୋଲାବିରା କଲେଜରେ ଉତ୍ସାହର ଲହରୀ


ଝାରସୁଗୁଡା, ୨୯ ମଇ (ହି.ସ.)- କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ କଲେଜର ଶେଷବର୍ଷର ଛାତ୍ରୀ ରଚନା ସରାଫ ଚଳିତ ବର୍ଷ ଶିକ୍ଷା ବିଭାଗରେ ୯.୧୩ ସିଜିପିଏ ଅଙ୍କ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା କେବଳ କଲେଜ ପାଇଁ ନୁହେଁ, ସମଗ୍ର ଝାରସୁଗୁଡ଼ା ଜିଲ୍ଲା ପାଇଁ ମଧ୍ୟ ଗୌରବର ବିଷୟ ହୋଇଛି।

ରଚନା ସରାଫ ରଘୁନାଥପାଲି ଗ୍ରାମର ଲାଲବିହାରୀ ସରାଫ ଓ ଲିଲି ସରାଫଙ୍କ କନ୍ୟା ଅଟନ୍ତି। ତାଙ୍କ ସଫଳତାକୁ ନେଇ ଶୁକ୍ରବାର କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ସୁଶିଲ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ରଚନାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ କଲେଜ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମସ୍ତେ ରଚନାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ଶିକ୍ଷା ବିଭାଗ ମୁଖ୍ୟ ଡ଼. ନରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande