ଅହମ୍ମଦାବାଦରେ ଜମି ବିବାଦ ସମୟରେ ଗୁଳିଚାଳନା ପାଇଁ ଅବସରପ୍ରାପ୍ତ ଡିୱାଇଏସ୍ପି, ପୁଅ ଏବଂ ଝିଅଙ୍କୁ ଜେଲ
ଅହମ୍ମଦାବାଦ, ୨୯ ମଇ (ହି.ସ.): ଗୁଜୁରାଟର ଅହମ୍ମଦାବାଦର ନେହେରୁ ନଗର ଅଂଚଳରେ କୋଟି କୋଟି ଟଙ୍କାର ଜମି ବିବାଦ ସମୟରେ ଗୁଳିଚାଳନା ପାଇଁ ଏକ କୋର୍ଟ ଅବସରପ୍ରାପ୍ତ ଡେପୁଟି ସୁପରିଟେଣ୍ଡେଂଟ ଅଫ୍ ପୋଲିସ (ଡିୱାଇଏସ୍ପି) ଅଶୋକ ସିଂହ ଚୌହାନ, ତାଙ୍କ ପୁଅ ଏବଂ ଝିଅଙ୍କୁ ଦୁଇ ଦିନ ପୂର୍ବେ ଜେଲ ପଠାଇଛନ୍ତି
ଅହମ୍ମଦାବାଦରେ ଜମି ବିବାଦ ସମୟରେ ଗୁଳିଚାଳନା ପାଇଁ ଅବସରପ୍ରାପ୍ତ ଡିୱାଇଏସ୍ପି, ପୁଅ ଏବଂ ଝିଅଙ୍କୁ ଜେଲ


ଅହମ୍ମଦାବାଦ, ୨୯ ମଇ (ହି.ସ.): ଗୁଜୁରାଟର ଅହମ୍ମଦାବାଦର ନେହେରୁ ନଗର ଅଂଚଳରେ କୋଟି କୋଟି ଟଙ୍କାର ଜମି ବିବାଦ ସମୟରେ ଗୁଳିଚାଳନା ପାଇଁ ଏକ କୋର୍ଟ ଅବସରପ୍ରାପ୍ତ ଡେପୁଟି ସୁପରିଟେଣ୍ଡେଂଟ ଅଫ୍ ପୋଲିସ (ଡିୱାଇଏସ୍ପି) ଅଶୋକ ସିଂହ ଚୌହାନ, ତାଙ୍କ ପୁଅ ଏବଂ ଝିଅଙ୍କୁ ଦୁଇ ଦିନ ପୂର୍ବେ ଜେଲ ପଠାଇଛନ୍ତି। ପୋଲିସ ତିନି ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଧମକ ଏବଂ ଅସ୍ତ୍ରଶସ୍ତ୍ର ଆଇନ ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

ମେ ୨୭ ତାରିଖରେ, ନେହେରୁ ନଗର ଅଂଚଳରେ କୋଟି କୋଟି ଟଙ୍କାର ଜମି ବିବାଦକୁ ନେଇ ଏକ ଉଗ୍ର ଯୁକ୍ତିତର୍କ ସମୟରେ, ଅବସରପ୍ରାପ୍ତ ଡିୱାଇଏସ୍ପି ଅଶୋକ ସିଂହ ଚୌହାନ ତାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଲଗାତାର ପାଂଚ ରାଉଣ୍ଡ ଗୁଳିଚାଳନା କରିଥିଲେ। ଏହି ଘଟଣା ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ଏନ୍-ଡିଭିଜନ ଏସିପି ଏସ୍.ଏମ୍. ପଟେଲଙ୍କ ଅନୁଯାୟୀ, ଦୁଇ ପକ୍ଷ ଦୀର୍ଘ ଦିନ ଧରି ଜମି ବିବାଦରେ ଜଡିତ ଥିଲେ। କଥାବାର୍ତା ସମୟରେ ଯୁକ୍ତିତର୍କ ବଢ଼ିଥିଲା, ଯାହା ଫଳରେ ଅବସରପ୍ରାପ୍ତ ଡିୱାଇଏସ୍ପି ଚୌହାନ ବନ୍ଧୁକରୁ ଗୁଳିଚାଳନା କରିଥିଲେ। ପୋଲିସ ଘଟଣାରେ ବ୍ୟବହୃତ ପିସ୍ତଲ ଜବତ କରିଛି। ଅବସରପ୍ରାପ୍ତ ଡିୱାଇଏସପି ନିଜକୁ ରକ୍ଷା କରିବା ପାଇଁ ଗୁଳି ଚଳାଇଥିବା ଦାବି କରିଛନ୍ତି। ତାଙ୍କ ବିରୋଧରେ ଏକ ମିଥ୍ୟା ଅଭିଯୋଗ ଦାୟର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଜଣେ ମହିଳା ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଦାବି କରିଛନ୍ତି ଯେ ଗତ ଲମ୍ବା ସମୟ ଧରି ଏକ ଜମି ବିବାଦ ଚାଲିଥିଲା। କୋଟି କୋଟି ଟଙ୍କାର କାରବାର ଏବଂ ଭଡାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉତେଜନା ବୃଦ୍ଧି ପାଇଥିଲା, ଯାହା ଫଳରେ ଏକ ବୈଠକ ସମୟରେ ହିଂସାତ୍ମକ ଝଗଡ଼ା ହୋଇଥିଲା।

ପୋଲିସର କହିବା ଅନୁଯାୟୀ, ଜମିର ପ୍ରକୃତ ମାଲିକାନା ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ବର୍ତମାନ ଏକ ବିସ୍ତୃତ ତଦନ୍ତ ଚାଲିଛି, ଏବଂ ଗୁଳିକାଣ୍ଡ ପଛରେ ଥିବା ସମସ୍ତ କାରଣର ତଦନ୍ତ କରାଯାଉଛି।

--------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande