

ବଲାଙ୍ଗିର, ୨୯ ମଇ (ହି.ସ.)- ବଲାଙ୍ଗିର ଏକ ଦୁଃଖଦ ଦୁର୍ଘଟଣାରେ ପୁରୁଣା ରାଜବାଟୀ ନିବାସୀ ତେଜବହାଦୂର୍ ସିଂହ ଦେଓଙ୍କ ଅକାଳ ବିୟୋଗ ହୋଇଛି।
ସୂଚନା ଅନୁସାରେ, ତେଜ ବାହାଦୂର ସିଂଦେଓ ନିଜ ପାଟଣାଗଡ ଲୁହସିଂହା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏବଂ ସନ୍ଧ୍ୟାରେ ତାଙ୍କ ବୁଲେଟ ମୋଟର ସାଇକେଲରେ ବଲାଙ୍ଗୀର ଫେରୁଥିଲେ। ତେବେ ପାଟଣାଗଡ଼ ଯୁରିଆ ଗ୍ରାମ ନିକଟରେ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ। ସେପଟେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନା ଓ ପରେ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବଲାଙ୍ଗୀର ପୁରୁଣା ରାଜବାଟି ରାଜପରିବାରର ସଦସ୍ୟ ତେଜ ବାହାଦୂର ସିଂହ ଦେଓ ଆର୍ତତ୍ରାଣ ସିଂହ ଦେଓଙ୍କ ଦ୍ୱିତୀୟ ପୁତ୍ର ଥିଲେ। ସେ ଶିକ୍ଷିତ ଯୁବକ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ