
କନ୍ଧମାଳ, ୨୯ ମଇ (ହି.ସ.)- ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର କନ୍ଧମାଳ ଜିଲ୍ଲାରେ ଆସନ୍ତା ୩୦ ତାରିଖରେ ଠାରୁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ( ଏସ ଆଈ ଆର ) କାର୍ଯ୍ୟକ୍ରମ ଆରମ୍ଭ ହେବ l ଆସନ୍ତା କାଲିଠାରୁ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପରିଗଣନା ବିବରଣୀ ଫର୍ମ ବାଣ୍ଟିବେ । ପରିଗଣନା ବିବରଣୀ ଫର୍ମରେ ଆବଶ୍ୟକୀୟ ତଥ୍ୟ ପୂରଣ କରିବେ ଏବଂ ସେହି ଦୁଇ ଗୋଟି ଫର୍ମରୁ ଗୋଟିଏ ଫର୍ମରେ ଦସ୍ତଖତ କରି ନିଜ ବୁଥ ସ୍ତରୀୟ ଅଧିକାରୀଙ୍କୁ ଫେରାଇବେ । ଏହି ପ୍ରକ୍ରିୟା ଆସନ୍ତା ୨୮ ଜୁନ ୨୦୨୬ରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ପ୍ରତ୍ୟକ ଘର ଘର ବୁଲିବେ ବିଏଲଓ l ଯାହାର କିଛି ଅଭିଯୋଗ ରହିବ ସେ ଯାଇ ଦେଖା କରିପାରିବେ l ଏଥି ପାଇଁ ଆଜି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଏକ ପ୍ରେସ୍ର ବିବୃତି ରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି l କନ୍ଧମାଳ ଜିଲାରେ ୬୬୧ ଟି ବୁଥ ରେ ମ୍ଯାପିଙ୍ଗ ହେବ l ବର୍ତମାନ ସୁଦ୍ଧା ୨୦୨୫ ଭୋଟର ଲିଷ୍ଟ ସହିତ ୨୦୦୨ ଭୋଟର ଲିଷ୍ଟ ସହିତ ମାପିଙ୍ଗ କରାଯାଇ ସମୁଦାୟ ଭୋଟ ଙ୍କ ମଧ୍ୟରୁ ୯୬ ପ୍ରତିଶତ ଭୋଟରଙ୍କ ନାମ ସ୍ଥିର ରହିଛି l ଜିିଲ୍ଲାରେ ଏବେ ୫ ଲକ୍ଷ ୭୦ ହଜ଼ାର ୮୯୮ ଭୋଟର ରହିଛନ୍ତି l ସେମାନଙ୍କ ଙ୍କ ମଧ୍ୟରୁ ୯୬ ପ୍ରତିଶତ ଭୋଟର ନାମ ସ୍ଥିର ରହିଥିବାବେଳେ ବାକି ୪ ପ୍ରତିଶତ ଅର୍ଥାତ ଭୋଟରଙ୍କ ନାମ ବିଏଲଓ ମାନେ ସେମାନଙ୍କୁ ଡାକି ସଠିକ କାଗପାତ୍ର ଦେଖାଇ ନିଜ ନାମ ଭୋଟର ତାଲିକାରେ ସାମିଲ କରିପାରିବେ l ଜିଲ୍ଲା କିମ୍ବା ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତିମାନେ ମଧ୍ୟ ଅନ ଲାଇନ ମାଧ୍ୟମରେ ପରିଗଣନା ବିବରଣୀ ଫର୍ମ ଦାଖଲ କରିପାରିବେ l ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବି.ଏଲ.ଓ. ଙ୍କ ସହାୟତା ନେଇ ପାରିବେ । ପ୍ରତିଦିନ ବିଏଲଓ ମାନେ ତାଙ୍କ ଅଫିସରେ ଅପରାହ୍ନ ୩ ଟାରୁ ୫ ତା ପର୍ଯ୍ୟନ୍ତ ରହିବେ l ଏହି ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ଭୋଟର ତାଲିକା ଆସନ୍ତା ୦୫ ଜୁଲାଇ ୨୦୨୬ରିଖରେ ପ୍ରକାଶ ପାଇବ । ୫ ଜୁଲାଇ ୨୦୨୬ ରିଖ ଠାରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ନିଜର ଆପରି, ଅଭିଯୋଗ ନିଜର ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ପାଖରେ ଦାଖଲ କରି ପାରିବେ । ଏହି ଆପରି, ଅଭିଯୋଗର ନିଷ୍ପତି ୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ ନେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କୁଶଳ କୁମାର ନାୟକ, ଆଈଏଏସ ପ୍ରୋବେଶନର ଯଶ କରଣ ସିଂ, ପିଡି ଡ଼ିଆରଡିଏ ଶମ୍ଭୁନାଥ ନନ୍ଦୀ ଓ ଅନ୍ୟାନ୍ୟ ଏସ ଆଈ ଆର ଅଧିକାରୀ ମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ